ସାମ୍ବାଦିକ ମଧୂପ ରଞ୍ଜନ ନନ୍ଦ ସମ୍ବର୍ଦ୍ଧିତ

ଭୁବନ,୧୭/୦୧/୨୦୨୬ (ଓଡ଼ିଶା ସମାଚାର)-ଭୁବନ ସାମ୍ବାଦିକ ସଂଘ ସଭାପତି ତଥା ଦୈନିକ “ଓଡ଼ିଶା ଭାସ୍କର” ର ଭୁବନ ଓ କାଳିଆପାଣି ପ୍ରତିନିଧି ମଧୁପ ରଞ୍ଜନ ନନ୍ଦ ଙ୍କୁ ଟମକା ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଯାଜପୁର ଜିଲ୍ଲା ଟମକା ସ୍ଥିତ “ମହାଗିରୀ ପ୍ରେସ କ୍ଲବ” ର ଦ୍ଵିତୀୟ ବାର୍ଷିକ ଉତ୍ସବ ରେ ଶ୍ରୀମାନ ନନ୍ଦ ଙ୍କୁ ନିର୍ଭୀକ , ନିରପେକ୍ଷ ,ସମସ୍ୟା ଭିତ୍ତିକ ଓ ଗଠନ ମୂଳକ ସମ୍ବାଦ ପରିବେଷଣ ଓ ସମାଜସେବା ନିମନ୍ତେ ଉତ୍ତରୀୟ ,ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ମହାଗିରୀ ପ୍ରେସ କ୍ଲବ ସଭାପତି ମଳୟ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ରାଜ୍ୟ ସାମ୍ବାଦିକ ସଂଘ ( ଏସ ୟୁ ଜେ) ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି,କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁପ୍ରସନ୍ନ ମଲ୍ଲିକ ,ଏନ୍ ୟୁ ଜେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ,ଦାନଗଦି ବିଡ଼ିଓ ପ୍ରଦୀପ କୁମାର ସେଠୀ ସମ୍ମାନିତ ଅତିଥି ଓ ଝାଡେଶ୍ୱର ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏଇ ଭଳି କଲମ ଚାଳନା ସହିତ ସମାଜସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଭୁବନ ସାମ୍ବାଦିକ ସଂଘ ତରଫରୁ ମଧ୍ୟ ଶ୍ରୀ ନନ୍ଦ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞପନ କରାଯାଇଛି।

 

Leave a Reply

Your email address will not be published. Required fields are marked *