ନିଶ୍ଚିନ୍ତକୋଇଲି,୨୬/୦୯/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳ ପଞ୍ଚାୟତ ମାଳିଗାଁ ପତିତପାବନ ଙ୍କ ପୀଠ ରେ ଶ୍ରୀ ଶ୍ରୀ ପତିତପାବନଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯିବା ସହିତ ସନ୍ଧ୍ୟା ରେ ବାଲିଆପଦା ର ବାସୁଦେବ ରାସ ମଣ୍ଡଳୀ ବାୟକ କୈଳାସ ଚନ୍ଦ୍ର ମହାନ୍ତିଙ୍କ ତତ୍ବାବଧାନରେ ପଣ୍ଡିତ ବିଭୁପ୍ରସାଦ ଷଡ଼ଙ୍ଗୀ, ଯଦୁମଣି ନାୟକ,ପ୍ରତାପ ଚନ୍ଦ୍ର ମଲ,କୈଳାଶ ଚନ୍ଦ୍ର ଜେନା, ଅଶୋକ ଜେନା ଓ ସାଥିମାନଙ୍କ ଦ୍ବାରା ମହାପ୍ରଭୁଙ୍କ ରାସ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ରତ୍ନାକର ବାରିକ ଓ ଧର୍ମ ପତ୍ନୀ ତେଜସ୍ବିନୀ ବାରିକ ପୁରୋଧା ଭାବରେ ରହି ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିବା ବେଳେ ହୃଷିକେଶ ପୂଝାରୀ,ସରୋଜ ମହାରଣା,ମୀନକେତନ ଦାସ୍,ଆଦିତ୍ୟ ଷଡ଼ଙ୍ଗୀ, ଚିତ୍ତରଂଜନ ପ୍ରମୁଖ କାର୍ଯକ୍ରମ ରେ ସହଯୋଗ କରିଥିଲେ । ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । ଉପସ୍ଥିତ ମା ମାନଙ୍କ ଦ୍ବାରା ବନ୍ଦାପନା କରାଯାଇଥିଲା । ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।
