ଅଖିଳ ଭାରତୀୟ ସାହିତ୍ୟ ପରିଷଦର କର୍ମକର୍ତ୍ତା ସମାବେଶ

ଭୁବନ ୧୭/୦୧/୨୦୨୬ (ଓଡ଼ିଶା ସମାଚାର)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ମକର ମିଳନ, ଫକୀରମୋହନ ଜୟନ୍ତୀ ଓ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପରିଷଦର ଜିଲ୍ଲା ଅଧ୍ୟକ୍ଷ ଡଃ ଦୁର୍ଗା ମାଧବ ପୃଷ୍ଟି ସଭାପତିତ୍ବ କରିଥିଲେ । ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପରିଡ଼ା ସ୍ବାଗତ ଭାଷଣ ଦେବା ସହ ଅନୁଷ୍ଠାନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଏବଂ କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଉତ୍ସବର ପ୍ରାରମ୍ଭରେ ପରିଷଦର ଉପଦେଷ୍ଟା ଆର୍ୟ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିବା ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥଲେ । ପରିଷଦର ଅନ୍ୟତମ ଉପଦେଷ୍ଟା ପଣ୍ଡିତ ଦିବାକର ନନ୍ଦ ମକର ସଂକ୍ରାନ୍ତିର ମହତ୍ତ୍ଵ ଏବଂ ମକର ମିଳନ ପାଳନର ତାତ୍ପର୍ୟ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଅଧ୍ୟକ୍ଷ ଡଃ ଦୁର୍ଗା ମାଧବ ପୃଷ୍ଟି ଅନୁଷ୍ଠାନର ଆଗାମୀ ଏକ ବର୍ଷ ପାଇଁ କାର୍ୟ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ବିଭିନ୍ନ ବ୍ଲକ୍ କର୍ମକର୍ତ୍ତା ନିଜ କାର୍ୟ୍ୟକ୍ରମର ସୂଚନା ଦେବାକୁ ପରାମର୍ଶ ଦେଇଥିଲେ ।

ଏହା ଛଡ଼ା ଅନୁଷ୍ଠାନ ପକ୍ଷରୁ ଏକ ଲୁପ୍ତ ଶବ୍ଦାଭିଧାନ ପ୍ରକାଶ କରିବା ପାଇଁ ପ୍ରସ୍ତାବ ରଖିଥିଲ । ଅଧ୍ୟାପକ ଲଳିତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ସର୍ବଶ୍ରୀ ସୁରେନ୍ଦ୍ର କୁମାର ପୃଷ୍ଟି, ନାରାୟଣ ସାହୁ, ସପ୍ସଜୋଦୟା ନନ୍ଦ, ପଣ୍ଡିତ ଦିବାକର ନନ୍ଦ, ଡଃ ଦୁର୍ଗା ମାଧବ ପୃଷ୍ଟି, ପ୍ରମୋଦ କୁମାର ପରିଡ଼ା, ନିରୁପମା ଲେଙ୍କା, ସୁଲୋଚନା ସାହୁ, ଅଞ୍ଜନ କୁମାର ମହାରଣା, ଲଳିତ ମୋହନ ବେହେରା, ହୃଷିକେଶ ସାହୁ, ବାସୁଦେବ ସାହୁ, ଶିଶୁ କବି ପ୍ରଭୁ ପ୍ରସାଦ ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶ୍ରୀଯୁକ୍ତ ଶ୍ରୀଧର ବେହେରା ଓ ଶ୍ରୀମତୀ ରେଣୁବାଳା ସାହୁ ଉତ୍କଳର ବରପୁତ୍ର ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପରିଶେଷରେ ଢେଙ୍କାନାଳ ଜିଲ୍ଲା ଶାଖାର ଉପାଧ୍ୟକ୍ଷ ତଥା ଭୁବନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *