କଟକ ସଦର,୨୬/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମ୍ପର୍କରେ ବିଶ୍ୱାସ ଜନ୍ମାଇ ପୁଅକୁ ଚାକିରି କରାଇ ଦେବାକୁ ଜନୈକ ଗ୍ୟାରେଜ ମାଲିକଙ୍କ ଠାରୁ ବିଭିନ୍ନ ସମୟରେ ବିଭିନ୍ନ ଆଳରେ ୧୩ ଲକ୍ଷ ୮୫ ହଜାର ଟଙ୍କା ଠକି ନେଇଥିବା ଦୁଇ ଭାଇଙ୍କ ନାଁରେ କନ୍ଦରପୁର ଥାନାରେ ଅଭିଯୋଗ ହୋଇଛି। 
ହେଲେ ଉକ୍ତ ସମ୍ବେଦନଶୀଳ ଘଟଣାକୁ ପୋଲିସ ମାମଲା ରୁଜୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ କନ୍ଦରପୁର ଵଜାରରେ ଏକ ମଟରସାଇକେଲ ଗ୍ୟାରେଜ କରିଥିବା ବିରିଡ଼ି ଥାନା ଅନ୍ତର୍ଗତ କଳନ୍ତିରା ଗ୍ରାମର ଶିବ ପ୍ରସାଦ ଭୋଳଙ୍କୁ ପ୍ରଲୋଭିତ ସହ ବିଶ୍ୱାସ ଜନ୍ମାଇ ପୁଅର ଚାକିରୀ କରାଇ ଦେବାକୁ କହି କନ୍ଦରପୁର ଥାନା ଆୟତପୁର ଗ୍ରାମର ପିଣ୍ଟୁ ଓରଫ ସଂଜୟ କୁମାର ନାୟକ ଓ ବଣ୍ଟି ଓରଫ ଜନ୍ମେଜୟ ନାୟକ ଭ୍ରାତୃଦ୍ଵୟ ତାଙ୍କ ଠାରୁ ବିଭିନ୍ନ ସମୟରେ କୋର୍ଟ ଵଣ୍ଡ କାଗଜ ଏଗ୍ରିମେଣ୍ଟ ଜରିଆରେ ଟଙ୍କା ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ହେଲେ ଶିଵ ପ୍ରସାଦ ପୁଅର ଚାକିରୀ ପରିବର୍ତ୍ତେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଟଙ୍କା ଫେରାଇବାକୁ ବାରମ୍ବାର ଦୈ।ଡି ଦୈ।ଡି ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିବା ଗଣମାଧ୍ୟମ ନିକଟରେ କୋହଭରା କଣ୍ଠରେ କହିଛନ୍ତି।
