ସତ୍ୟନଗର ଲେଡିଜ୍ ଫୋରମ୍ ର  ସଦସ୍ୟା ମାନଙ୍କ  ବସିବା ପାଇଁ ସ୍ଥାନ ନାହିଁ   

ଭୁବନେଶ୍ୱର,୨୦/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜକୁ ଦୀର୍ଘ ୧୨ ବର୍ଷ ଧରି ସତ୍ୟନଗର ଲେଡିଜ୍ ଫୋରମ୍ ସମାଜ ସେବା କାର୍ୟ୍ୟରେ ନିଜକୁ ନିୟୋଜିତ କରିଆସୁଅଛି। ବିଶେଷ କରି ଶିଶୁ ଏବଂ ମହିଳା ମାନଙ୍କ ର ସ୍ବାସ୍ଥ୍ୟ ସେବା ଏହି ସଙ୍ଗଠନର  ମୁଖ୍ୟ କାର୍ୟ୍ୟ । ଏହିସବୁ ସାମାଜିକ ସେବା କାର୍ୟ୍ୟ କରିବା ପାଇଁ ଏବଂ  ସଦସ୍ୟା ଓ କାର୍ୟ୍ୟକର୍ତା ମାନଙ୍କ ସହିତ ଆଲୋଚନା  ବୈଠକ ପାଇଁ ଏକ  ବୈଠକ ଖାନା ନିହାତି ଆବଶ୍ୟକ ।

ହେଲେ ସମାଜ ସେବା କାର୍ୟ୍ୟ କରୁଥିବା ଏହି ଅଗ୍ରଣୀ ସଂଗଠନ  ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନଙ୍କ ବସିବା ପାଇଁ ଏକ ନିର୍ଦ୍ଧିଷ୍ଟ ସ୍ଥାନ ବା ଗୃହ ନାହିଁ। ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟାମାନେ ବସିବା ପାଇଁ ସତ୍ୟନଗର ରେ ଅବସ୍ଥିତ ପାର୍କ ମଧ୍ୟରେ ଏକ ପ୍ରକୋଷ୍ଠ ଥିଲେ ମଧ୍ୟ କିଛି ବ୍ୟକ୍ତି ବିଶେଷ ସେହି ପ୍ରକୋଷ୍ଠ କୁ ତାଲା ପକାଇ ରଖିଛନ୍ତି।

ଏଥିପାଇଁ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ଙ୍କ ଦ୍ବାରସ୍ଥ ହୋଇଥିଲେ।ମେୟର ମଧ୍ୟ ସତ୍ୟନଗର ପାର୍କ ଠାରେ ଥିବା ପ୍ରକୋଷ୍ଠ ରେ ବସିବାକୁ ଅନୁମତି ଦେଇଥିଲେ। କିନ୍ତୁ ମେୟର ଙ୍କ ଅନୁମତି ସତ୍ବେ ସେହି ପ୍ରକୋଷ୍ଠ କୁ ତାଲା ପକାଇ ରଖାଯାଇଛି। ବାଧ୍ୟହୋଇ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ସତ୍ୟନଗର ପାର୍କ ରେ ଥିବା ସେହି ପ୍ରକୋଷ୍ଠ ବାହାରେ ବସିଥିଲେ। ମହିଳା ଙ୍କୁ ଏତେ ଅସମ୍ମାନ କଣ ପାଇଁ?ଆମେ କଣ ଏହାର ପ୍ରତିବାଦ କରିପାରିବୁ ନାହିଁ? ଆମକୁ କଣ ବସିବାକୁ ଖଣ୍ଡେ ଜାଗା ମିଳିବ ନାହିଁ? ଆମକୁ କଣ ନ୍ୟାୟ ମିଳିବ ନାହିଁ? ବୋଲି ସତ୍ୟନଗର ଲେଡିଜ୍ ଫୋରମ୍ ର  ସମ୍ପାଦିକା ଅନୁରାଧା ଦାସ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *