ସମାଜସେବୀ ସୋମନାଥ ଖୁଣ୍ଟିଆ ‘କଳକୀ ରତ୍ନ’ ସମ୍ମାନରେ ସମ୍ମାନିତ

କଟକ, ୨୬/୦୯/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ବିଶ୍ଵ ସତ୍ୟ-ସନାତନ -ଧର୍ମ ପ୍ରଚାରଣୀ ମହାସଂଘ କଳକୀ ସେନା ପକ୍ଷରୁ ଭଗବାନ ବାମନ ଅବତାରଙ୍କ ଜନ୍ମ ଦିବସ ତେଲେଙ୍ଗା ବଜାର ସ୍ଥିତ ଶିଶୁ ଭାରତୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।

ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନ ର କଟକ ଜିଲ୍ଲାର ଯୁଗ୍ମ ସମ୍ପାଦକ ସୋମନାଥ ଖୁଣ୍ଟିଆଙ୍କୁ ବିଶ୍ୱ ସତ୍ୟ ସନାତନୀ ଧର୍ମ-ପ୍ରଚାରିଣୀ ମହାସଂଘ ପକ୍ଷରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ‌ହାଇକୋର୍ଟର ପୂର୍ବତନ ଉପସଭାପତି ଆଡଭକେଟ ମିଲନ କୁମାର ଵଡୁ ଓ ସଦଗୁ୍ରୁ କଳକୀ ନନ୍ଦନ ମହାରାଜ ‘କଳକୀ ରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ।

କଳକୀ ରତ୍ନ ସମ୍ମାନ ରେ ସମ୍ମାନିତ ହୋଇଥିବାରୁ ଶ୍ରୀ ଖୁଣ୍ଟିଆଙ୍କୁ ଫ୍ରିଟୁ ସ୍ପିକ୍,ଜୟଦେବ ନିଉଜ, ଏଵି ନିଉଜ,ସଠିକ ଖବର, କଳିଙ୍ଗ ବିକାଶ,ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ସମେତ ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *