ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୧୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟ’ ର ବାର୍ଷିକ ଉତ୍ସବ ଏବଂ ବନ୍ଧୁମିଳନ ସମାରୋହ ଆଜି ସ୍ଥାନୀୟ ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ସତ୍ୟଭାମାପୁର ନୋଡାଲ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା ଟ୍ରଷ୍ଟର ଉପଦେଷ୍ଟା ଶ୍ରୀ ବିରଞ୍ଚି ନାରାୟଣ ମଣ୍ଡଳ ଏବଂ ସମ୍ମାନିତ ଅତିଥି ଭାବେ ଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିର ର ପ୍ରଧାନାଚାର୍ଯ୍ୟ ଶ୍ରୀ ଶ୍ରୀକାନ୍ତ ଶେଖର ସାମନ୍ତରାୟ ଯୋଗଦେଇ ଟ୍ରଷ୍ଟର ବିଭିନ୍ନ ସେବା, ସାମାଜିକ ଏବଂ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଟ୍ରଷ୍ଟର ସଭାପତି ଶ୍ରୀ ଶ୍ରୀକାନ୍ତ ଦାଶ ଅଧ୍ୟକ୍ଷତା କରି ସତ୍ୟଭାମାପୁର ନୋଡାଲ ଉଚ୍ଚ ବିଦ୍ୟାଳୟର୧୯୮୬ ମାଟ୍ରିକ ବ୍ୟାଚ ର ଛାତ୍ରଛାତ୍ରୀଙ୍କୁ ନେଇ୨୦୨୧ମସିହାରୁ ଗଠିତ ହୋଇଥିବା ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟ, ଆଜି ଅଂଚଳରେ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି  ବୋଲି ପ୍ରକାଶକରିଥିଲେ।

          ଟ୍ରଷ୍ଟର ସାଧାରଣ ସଂପାଦକ ଶ୍ରୀ ଫଗୁ ସାମଲ ବାର୍ଷିକ ବିବରଣୀ ପାଠକରି୨୦୨୪-୨୫ବର୍ଷରେ ଟ୍ରଷ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସ୍ଥାନୀୟ ଅଙ୍ଗନଓ୍ୱାଡି ମାନଙ୍କରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ, ବିଦ୍ୟାଳୟରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା, ସ୍ଥାନୀୟ ବୃଦ୍ଧାଶ୍ରମରେ ଖାଦ୍ୟବଣ୍ଚନ, ଗ୍ରୀଷ୍ମଋତୁରେ ଜଳଛତ୍ର ସେବା,ଜାତୀୟ ଦିବସ ପାଳନ,ରକ୍ତଦାନ ଶିବିର,ପୂଜ୍ୟପୂଜା କାର୍ଯ୍ୟକ୍ରମ ଏବଂ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଦକ୍ଷତାବିକାଶ କାର୍ଯ୍ୟକ୍ରମ ଆଦି କରାଯାଉଥିବା ସହ, ଆଗାମୀ ବର୍ଷର କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଟ୍ରଷ୍ଟର କୋଷାଧ୍ୟକ୍ଷ ଶ୍ରୀ ସରୋଜ କୁମାର ସାହୁ ବାର୍ଷିକ ସଦସ୍ୟତା ଦେୟ ଓ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିଥିଲେ।

ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟକୁ ବିଭିନ୍ନ ସମୟରେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ସହାୟତା କରିଆସୁଥିବା ଶ୍ରୀ ବିଭୁଜିତ୍ ମହାନ୍ତିଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କମଧ୍ୟରେ ଟ୍ରଷ୍ଟର ଉପସଭାପତି ସୁଚିସ୍ମିତା ମହାନ୍ତି, ସଭ୍ୟା ତଥା ଉପଦେଷ୍ଟା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାତ୍ର,  ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ତଥା ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଙ୍କ ସମେତ ସଂଘର ଅନ୍ୟ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଟ୍ରଷ୍ଟର ଉନ୍ନତି ପରିପ୍ରେକ୍ଷୀରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

          ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ତଥା ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମାହାରୀ ସ୍ୱାଗତ ଭାଷଣ ଓ ମଂଚ ପରିଚାଳନା କରିଥିବାବେଳେ ଅନ୍ୟତନ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।       

Leave a Reply

Your email address will not be published. Required fields are marked *