ମାହାଙ୍ଗା ବିଧାୟକଙ୍କ ଦଵଙ୍ଗଗିରୀ କୁ ନେଇ କଟକ ସଦର ରେ ତୀବ୍ର ପ୍ରତିକ୍ରିୟା

କଟକ ସଦର,୧୪/୦୧/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଗତକାଲି ସୋମବାର ପୁଷ୍ୟାଭିଷେକ ଅବସରରେ କଟକ ସଦର ଅନ୍ତର୍ଗତ ନେମାଳ ଶ୍ରୀ ଅଚ୍ୟୁତାନନ୍ଦ ପୀଠରେ ପୀଠର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଙ୍କ ସାଙ୍ଗରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଓ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ସାମିଲ ହୋଇଥିଲେ। ଆଇନ୍ ମନ୍ତ୍ରୀ ଙ୍କ ଉପସ୍ଥିତିରେ ମାହାଙ୍ଗା ର ସ୍ୱ।ଧିନ ବିଧାୟକ ଶାରଦା ପ୍ରଧାନ (ବୁଲୁ) ଙ୍କ ଦଵଙ୍ଗଗିରୀ ର ଏକ ଭିଡିଓ ସାମାଜିକ ଗଣମାଧ୍ୟରେ ଭାଇରାଲ ହେବାରେ ଲାଗିଛି। ସେ ଭାଜପା କର୍ମୀ ଓ କଟକ ସଦର ବିଧାୟକ ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଠେଲା ପେଲା କରୁଥିବାର ଭିଡିଓ ରେ ଦେଖାଯାଉଛି। ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନ ସଦର ବିଜେପି କର୍ମୀ ଓ କଟକ ସଦର ବିଧାୟକ ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତଥା ଜଣେ ସରକାରୀ କର୍ମଚାରୀ ଙ୍କୁ ହାତ ଉଠାଇଥିବା ଭାଇରାଲ ଭିଡିଓ ରୁ ଜଣାପଡୁଛି। ଏହି ଭିଡିଓ ଟି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ସଦର ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଇନ୍ ମନ୍ତ୍ରୀ ଙ୍କ ଉପସ୍ଥିତିରେ ଆଇନ୍ ଭଙ୍ଗ କରିଥିବା ମାହାଙ୍ଗା ବିଧାୟକ ଙ୍କ ଏତାଦୃଶ କାର୍ୟ୍ୟକୁ କଟକ ସଦର ଜନ ସାଧାରଣ ନିନ୍ଦା କରିବା ସହିତ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଏଥିପ୍ରତି ଯଦି ନିଜର ଭୁଲ୍ ବୁଝି ନିସର୍ତ କ୍ଷମା ନମାଗନ୍ତି ତେବେ ସଦର ମାଟିରେ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଵିଜେପି ସରକାର ଓ ଉପସ୍ଥିତ ଥିବା ରାଜ୍ୟ ଆଇନ୍ ମନ୍ତ୍ରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *