ଜୟଦେବ ଭବନରେ ଜାଗା କାଳିଆ ଚାରିଟେବଲ୍ ଫାଉଣ୍ଡେସନର ବାର୍ଷିକ ଉତ୍ସବ, ପୁରସ୍କାର ପ୍ରଦାନ ଓ ଆଇଟି କନକ୍ଲେଭ୍ ମହାସମାରୋହରେ ଆୟୋଜିତ

ଭୁବନେଶ୍ୱର,୧୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜାଗା କାଳିଆ ଚାରିଟେବଲ୍ ଫାଉଣ୍ଡେସନ ଓ ରାଇଜସ୍ମାର୍ଟ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ ମିଳିତ ସହଯୋଗରେ ଆଜି ଜୟଦେବ ଭବନ, ଭୁବନେଶ୍ୱର ଠାରେ ବାର୍ଷିକ ଉତ୍ସବ, ପୁରସ୍କାର ପ୍ରଦାନ ସମାରୋହ ଓ ଆଇଟି କନକ୍ଲେଭ୍ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ପ୍ରାୟ ୩୦୦ରୁ ଅଧିକ ପ୍ରତିନିଧି, ସନ୍ଥ-ମହନ୍ତ, ବୁଦ୍ଧିଜୀବୀ, ପ୍ରଯୁକ୍ତି ବିଶେଷଜ୍ଞ, କଳାକାର ଓ ସାମାଜିକ କର୍ମୀମାନେ ଯୋଗଦେଇଥିଲେ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଅଷ୍ଟକ ଗାନ ସହ ପ୍ରଦୀପ ପ୍ରଜ୍ବଳନ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦ ବ୍ୟାପାର, ବୈଦୁତିକ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଉଦ୍ଘାଟନୀ ଅଭିଭାଷଣ ଦେଇ ଜଗାକାଳିଆ ଚାରିଟେବୁଲ ଟ୍ରଷ୍ଟ ର ସାମାଜିକ ଓ ଆଧ୍ୟାତ୍ମିକ କାର୍ୟ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ଏହି ସଂଗଠନ ଆଗାମୀ ଦିନରେ ସମର୍ପିତ ସେବା ସହ ସରକାରୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଠିକ୍ ସଚେତନତା ଦେବ ବୋଲି ଡଃ ମହାଲିଙ୍ଗ ଭିଡିଓ ବାର୍ତ୍ତା ମାଧ୍ୟମରେ ଆଶା ପ୍ରକାଶ କରିଥିଲେ।
ପରେ ପରେ ବାବାଜୀ ସଚ୍ଚିଦାନନ୍ଦ ଦାସ, ବାବା ସତ୍ୟାନନ୍ଦ ଦାସ, ଡ଼. ନରେଶ ଚନ୍ଦ୍ର ଦାଶ, ଡ଼. ଭାସ୍କର ମିଶ୍ର ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଗୋଛିକାରଙ୍କ ଦ୍ୱାରା ପ୍ରସ୍ତୁତ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଧ୍ୟାତ୍ମିକ ଆଲୋଚନା ହୋଇଥିଲା। ଯାହା ଶ୍ରୋତାମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ।
ସାଂସ୍କୃତିକ କାର୍ୟ୍ୟକ୍ରମରେ ଶ୍ରୀ ଲକ୍ଷ୍ମୀକାନ୍ତ ପଳିତ, ଶ୍ରୀମତୀ ଅନିନ୍ଦିତା ଦାସ, ଶ୍ରୀ ମହାପ୍ରସାଦ କର, ଡ଼. ଚନ୍ଦନା ରାଉଳ ଓ ଶ୍ରୀମତୀ ରୂପଶ୍ରୀ ମହାପାତ୍ରଙ୍କ ଦ୍ୱାରା ଭକ୍ତିମୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା।

ଏହି ଅବସରରେ ଆୟୋଜିତ କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା ଓ ଉଦୟମାନ ପ୍ରଯୁକ୍ତି ଉପରେ ଆଇଟି କନକ୍ଲେଭ୍ ରେ ଖୁବ ଫଳପ୍ରଦ ଅନୁଶୀଳନ ହୋଇଥିଲା। ଏଥିରେ ରବୀନ୍ଦ୍ର ନାରାୟଣ ,ଡ଼. ସ୍ରିଜିତ୍ ଦାସ ଓ ଶ୍ରୀ ନିଳାଦ୍ରି ମହାନ୍ତି ପ୍ରମୁଖ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ।
ପୁରସ୍କାର ପ୍ରଦାନ ସମାରୋହରେ ବିଭିନ୍ନ କ୍ଷେତ୍ରରେ ସମାଜସେବା ପାଇଁ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା। ପୁରସ୍କାରପ୍ରାପ୍ତମାନଙ୍କ ମଧ୍ୟରେ ଶ୍ରୀ ଲକ୍ଷ୍ମୀକାନ୍ତ ପଳିତ, ଶ୍ରୀମତୀ ଅନିନ୍ଦିତା ଦାସ, ଶ୍ରୀ ମହାପ୍ରସାଦ କର, ଡ଼. ବସନ୍ତ କୁମାର ପଟି, ଡ଼. ଅକ୍ଷୟ କୁମାର ରାଉତ, ଶ୍ରୀମତୀ ନମ୍ରତା ଚାଢ଼ା, ମେଜର ଡ଼. କଳ୍ପନା ଦାସ, ପ୍ରଫେସର ଡ଼. ଦାମୋଦର ଆଚାର୍ୟ୍ୟ, ଶ୍ରୀମତୀ ଜୟଶ୍ରୀ ମହାନ୍ତି, ଡ଼. ସରତ ଚନ୍ଦ୍ର ସାହୁ, ଡଃ ଉମାକାନ୍ତ ମହାପାତ୍ର, ଶ୍ରୀ ସୁନା ରାମ ସିଂହ, ଶ୍ରୀ ସନ୍ନତ ମିଶ୍ର, ଶ୍ରୀମତୀ ସଞ୍ଜୁକ୍ତା ପାଣ୍ଡା, ଶ୍ରୀ ସୁଶାନ୍ତ ସାବତ ଓ ଅଧିବକ୍ତା ବିଭୁତି ଭୂଷଣ ଚୌଧୁରୀ ଅନ୍ୟତମ।
କାର୍ୟ୍ୟକ୍ରମରେ ଡ଼. କରୁଣାକର ପ୍ରଧାନ, ଡ଼. ରବୀନ୍ଦ୍ର ନାରାୟଣ ବେହେରା, ଶ୍ରୀ ପରମ୍ବ୍ରହ୍ମ ତ୍ରିପାଠୀ, ଡ଼. ସ୍ୱସ୍ତିକ ସତପାଠୀ, ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଓ ଲେଫ୍ଟେନାଣ୍ଟ ଜେନେରାଲ୍ ନାରାୟଣ ମହାନ୍ତି ଭଳି ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଔକଉୠର ଅଧ୍ୟକ୍ଷ କହିଥିଲେ ଯେ, ଫାଉଣ୍ଡେସନ ନୂତନ ହେଲେ ମଧ୍ୟ ଏପର୍ୟ୍ୟନ୍ତ ଅନେକ ନିର୍ଲୋଭ ସାମାଜିକ କାର୍ୟ୍ୟ ସଫଳତାର ସହ ସମ୍ପାଦନ କରିଛି। ଆଗାମୀ ଦିନରେ ଓଡ଼ିଶା ସହ ସାରା ଦେଶରେ ଯୁବକ-ଯୁବତୀଙ୍କ ପାଇଁ ତାଲିମ, ଦକ୍ଷତା ବିକାଶ ଓ ରୋଜଗାରମୁଖୀ କାର୍ୟ୍ୟକ୍ରମ ଆରମ୍ଭ କରାଯିବ ବୋଲି ସେ ଘୋଷଣା କରିଥିଲେ।
ଏହି ସମାରୋହରେ ସେବା, ଆଧ୍ୟାତ୍ମିକତା, ସମାବେଶୀ ଉନ୍ନତି ଓ ସାମାଜିକ ପରିବର୍ତ୍ତନ ପ୍ରତି ଔକଉୠର ଦୃଢ଼ ପ୍ରତିବଦ୍ଧତାକୁ ଅତିଥି ଓ ବୁଦ୍ଧିଜିବୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *