ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ୨୦୨୫ ଅବସରରେ ଯାଜପୁର ଜିଲ୍ଲା ସ୍ତରୀୟ “ଆମ ପୋଷାକ ଆମ  ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ଯାଜପୁର, ୦୩ /୦୪/୨୦୨୫ (ଓଡ଼ିଶା ସମାଚାର)-  ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ୨୦୨୫ ପାଳନର ତୃତୀୟ ଦିବସରେ ଜିଲ୍ଲା ସ୍ତରୀୟ “ଆମ ପୋଷାକ ଆମ ପରିଚୟ” ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପାଳନ କରାଯାଇଅଛି।

ଏହି ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, ଡେପୁଟି କଲେକ୍ଟର, ସଂସ୍ଥା ଶ୍ରୀମତୀ ଅଙ୍କିତା ବାରିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରି “ଆମ ପୋଷାକ ଆମ ପରିଚୟ” ଅଭିଯାନ ରେ ସାମିଲ ହୋଇଛନ୍ତି।

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର କର୍ମଚାରୀ, ସାଧାରଣ ଜନତା, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ସମସ୍ତେ ପାରମ୍ପରିକ ପୋଷାକ ପରିଧାନ କରି ନିଜ ନିଜର ସେଲ୍ଫିକୁ odiapakhya.com  ୱେବସାଇଟରେ ଅପଲୋଡ଼ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *