ଆୟତପୁର କ୍ରୀଡ଼ା ସଂସଦ ର ଫୁଟବଲ ଟୁର୍ଣ୍ଣାମେଣ୍ଟ, ଖେଳରେ ଖେଳ ପାଇଁ ଅତିଥିମାନେ ଆସିନଥିବା ଚର୍ଚ୍ଚା

କଟକ ସଦର , ୧୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅଗ୍ରଣୀ ଆୟତପୁର କ୍ରୀଡ଼ା ସଂସଦ ପକ୍ଷରୁ ଦୁଇ ଦିନିଆ ୪୮ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଆଜି ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଆୟତପୁର ଶାସନ କୁ ୧/୦ ରେ ହରାଇ କୁରାଙ୍ଗ ଶାସନ ଚମ୍ପିୟାନ ହୋଇଥିବା ଜଣାପଡିଛି।

ପୁରସ୍କାର ବିତରଣ ସଭାରେ ଯୋଗ ଦେବାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳିକ, ସରପଂଚ ରାକେଶ ବେହେରା ପ୍ରମୁଖ ଯୋଗ ଦେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ କେହି ନଆସିବାରୁ କ୍ଲବ ର ସଭାପତି ଲୋକନାଥ ଓଝା ଓ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର ବିଜେତା ଓ ଉପ ବିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ ଉକ୍ତ ଖେଳକୁ ଆଜି ପ୍ରଥମାର୍ଦ୍ଧରେ ଆୟୋଜକ ମାନଙ୍କ ନିମନ୍ତ୍ରଣ ରକ୍ଷା କରି ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ଅତିଥି ଭାବେ ଆସିଥିବା ବେଳେ କେତେକ ଙ୍କ ବିରୋଧ ଯୋଗୁ ସିଏ ପଡ଼ିଆରୁ ଫେରି ଯାଇଥିବା କୁ ନେଇ ବିବାଦ ଦେଖାଦେଇଥିବା ଏଵଂ ଏହା ଖେଳରେ ଖେଳ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *