କ୍ରିକେଟ ଟୁର୍ନାମେଣ୍ଟ : ସଂଘର୍ଷପୁର୍ଣ ମ୍ୟାଚ ରେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ କୁ ହରାଇ ସେମିର ନିକଟତର ଜୁଡ଼ିସିଆଲ ଇଲେଭେନ       

ହିନ୍ଦୋଳ,୦୧/୦୩/୨୦୨୫ (ଓଡ଼ିଶା ସମାଚାର)-ହିନ୍ଦୋଳ ସବଡ଼ିଭିଜନର ଆଠ ଗୋଟି ସରକାରୀ ବିଭାଗୀୟ ଦଳକୁ ନେଇ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ରେ ଆଜି ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ ଏବଂ ହିନ୍ଦୋଳ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା। ଆଜି ସକାଳେ ହିନ୍ଦୋଳ ଜୁଡ଼ିସିଆଲ ଇଲେଭେନ ର ଅଧିନାୟକ ପ୍ରକାଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।

ଜୁଡ଼ିସିଆଲ ଇଲେଭେନ ର ଷ୍ଟାର ଓପନର ବିଶ୍ୱଜିତ କୁମାର ଇନିଂସ ର ପ୍ରଥମ ବଲକୁ ବିଶାଳ ଛକା ମାରିବା ସହିତ ପ୍ରଥମ ଓଭର ରେ ୧୮ ରନ ଆଦାୟ କରି ବିପକ୍ଷ ଦଳ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲେ । ମାତ୍ର ଗୋଟିଏ ଓଭର ରେ ଦୁଇ ଇନଫର୍ମ ବ୍ୟାଟ୍ସମ୍ୟାନ ଆକର୍ଷଣ ଏବଂ ଦୀପକ  ଆଉଟ ହେବାରୁ ମଝିରେ ରନହାର ଧିମା ହେଇଥିଲା, ମାତ୍ର ଶେଷଆଡକୁ ଅଧିନାୟକ ପ୍ରକାଶ ଙ୍କ ଦାଇତ୍ୱପୂର୍ଣ ବ୍ୟାଟିଂ ଏବଂ ଗୋବିନ୍ଦ ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୧୦ ଓଭରରେ ଦଳ ୬ଉଇକେଟ ହରାଇ ୧୧୫ ରନ କରିଥିଲା। ପ୍ରତ୍ୟୁତରେ ବିପକ୍ଷ ଶକ୍ତିଶାଳୀ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ର ଦୁଇ ଓପନର ଆରମ୍ଭରୁ ଆକ୍ରମଣାତକ ବ୍ୟାଟିଂ କରି ମ୍ୟାଚ କୁ ଏକତରଫା ଆଡକୁ ନେଇଯାଉଥିଲେ ।

ଏପରିକି ଇଲେକ୍ଟ୍ରି ଡିପାର୍ଟମେଣ୍ଟ ୬ ଓଭର ରେ କୌଣସି ଉଇକେଟ ନହରାଇ ୮୦ ରନ ସଂଗ୍ରହ କରି ନେଇ ବିପକ୍ଷ ଦଳ ମଧ୍ୟରେ ନିରାଶା ଖେଳାଇ ଦେଇଥିଲା । ସପ୍ତମ ଓଭର ରେ ପୂର୍ବ ମ୍ୟାଚ ର ହିରୋ ଆକର୍ଷଣ ବୋଲିଂ କରିବାକୁ ଆସି ପୂର୍ବ ମ୍ୟାଚ ର ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ସୁଶୀଲ ଙ୍କୁ ଆଉଟ କରି ମ୍ୟାଚ କୁ ସମାନ ସ୍ତର କୁ ଆଣିଥିଲେ । ଏହି ସମୟରେ ଜୁଡ଼ିସିଆଲ ଇଲେଭେନ ର ବରିଷ୍ଠ ଖେଳାଳି ଅରୁଣ କୁମାର ଦାସ ଯୋଜନାବଦ୍ଧ ଭାବରେ ଖେଳିବା ପାଇଁ ପରାମର୍ଶ ଦେବା ସହିତ ଉତ୍ସାହିତ କରିଥିଲେ, ଫଳରେ ଶେଷ ତିନି ଓଭର ର ବୋଲିଂ ର ଭାର ବିଶ୍ୱଜିତ କୁମାର ଏବଂ ବିଶ୍ୱରଂଜନ କୁ ଦିଆଯାଇଥିଲା ।

ଏହି ଦୁଇ ବୋଲର ଙ୍କ ବୋଲିଂ ଆଗରେ ଇଲେଟ୍ରି ଡିପାର୍ଟମେଣ୍ଟ ର କୌଣସି ବ୍ୟାଟ୍ସମ୍ୟାନ ହାତଖୋଲା ସଟ ମାରିବାରେ ସକ୍ଷମ ହୋଇନଥିଲେ । ଶେଷ ଓଭର ରେ ବିପକ୍ଷ ଦଳକୁ ଜିତିବା ପାଇଁ ୧୦ରନ ଆବଶ୍ୟକ ହେଉଥିବା ବେଳେ ବୋଲର ବିଶ୍ୱରଂଜନ ଅଗ୍ନିବର୍ଷି ବାଲିଂ କରି ମାତ୍ର ଦୁଇ ରନ ଦେଇଥିଲେ । ଫଳରେ ଜୁଡ଼ିସିଆଲ ଇଲେଭେନ ମ୍ୟାଚ କୁ ଆଠ ରନ ରେ ଜିତିନେଇଥିଲା । ମ୍ୟାଚ ଶେଷରେ ଜୁଡ଼ିସିଆଲ ଇଲେଭେନ ର ବରିଷ୍ଠ ଖେଳାଳି ଅରୁଣ କୁମାର ଦାସ ବିଜୟ ରେ ମ୍ରିୟମାଣ ହୋଇ ପଡିଆ ମଝିରେ ସୋଇ ରହିଥିଲେ । ଯାହାକି ତାଙ୍କ ଖେଳୁଆଡ଼ ମୋନଭାବର ପରିଚୟ ଦିଏ । ଜୁଡ଼ିସିଆଲ ଇଲେଭେନ ର ଷ୍ଟାର ଖେଳାଳି ଓପନର ବିଶ୍ୱଜିତ କୁମାର ଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗ କୁ ସଙ୍କଟ ସମୟରେ ଦୁଇ ଓଭର ରେ ମାତ୍ର ଆଠ ରନ ଦେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବରେ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *