ରାଧା ମାଧବ ମଠ ନୂତନ ମହନ୍ତ ଙ୍କ ଅଭିଷେକ ଉତ୍ସବ

ନିଶ୍ଚିନ୍ତକୋଇଲି,୦୫/୦୧/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା) କଟକ ଜିଲ୍ଲା ଜନାର୍ଦ୍ଦନପୁର ରାଧାମାଧବ ମଠର ନୂତନ ମହନ୍ତ ଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହନ୍ତ ବିପ୍ର ଚରଣ ଦାସ ଙ୍କର ବୟସାଧିକ୍ୟ କାରଣ ରୁ ମଠ ର ପରିଚାଳନା ତଥା ରାଧାମାଧବ ଙ୍କ ଦୈନିକ ନୀତିକାନ୍ତି ସମ୍ପାଦନ ବାଧାପ୍ରାପ୍ତ ହେଉଥିଲା । ସେଥି ନିମନ୍ତେ ବଂଶାନୁକ୍ରମ ରେ ତାଙ୍କର କନିଷ୍ଠ ପୁତ୍ର ଅଚ୍ୟୁତାନନ୍ଦ ଦାସ ଙ୍କୁ ମଠର ନୂତନ ମହନ୍ତ ଭାବେ ଅଭିଷିକ୍ତ କାରାଯାଇଥିଲା ।

ପାରମ୍ପରିକ ବିଧିପୂର୍ବକ ପୁରୀ ସମାଧି ମଠ ରୁ ଆଜ୍ଞାମାଳ ଆସିବା ପରେ ଅଭିଷେକ କରାଯାଇଥିଲା  । ପରମ୍ପରା ମୁତାବକ ରାଧାମାଧବ ଙ୍କ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ, ବୈଷ୍ଣବ,ଜ୍ୟୋତିଷ ଓ ପଣ୍ଡିତ ମାନଙ୍କ ପୂଜାର୍ଚନା ପରେ ନୂତନ ମହନ୍ତ ଅଚ୍ୟୁତାନନ୍ଦ ଦାସଙ୍କ ଅଭିଷେକ ପୂର୍ବକ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ବିକ୍ରମ ଦାସ, ଜ୍ଞାନ୍ତି ପରିଜନ ଓ ଗ୍ରାମ ବାସୀ କାର୍ଯ୍ୟକ୍ରମପରିଚାଳନା କରିଥିଲେ । ଏଥିରେ ଜନାର୍ଦ୍ଦନପୁର ଓ କଳମିଶ୍ରି ପଞ୍ଚାୟତ ର ଜନସାଧାରଣ, ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *