ଚୋରା ମଦ କାରବାର ଅଭିଯୋଗରେ ମଦ କାଉଣ୍ଟର ମ୍ୟାନେଜରକୁ ମାଡ଼ି ବସିଲା ପୋଲିସ,ମଦ ଜବତ

କଟକ ସଦର,୨୧/୧୦/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧୀନସ୍ଥ ମହାନଦୀ ବନ୍ଧ ରାସ୍ତା କଡ଼ରେ ଥିବା ଠିପି ବନ୍ଦ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ କାଉଣ୍ଟରର ମ୍ୟାନେଜର କୁ ଚୋରା ମଦ କାରବାର ଅଭିଯୋଗରେ ପୋଲିସ ମାଡ଼ି ବସିଥିବା ଜଣାପଡିଛି। ପ୍ରକାଶ ଯେ କିଶନନଗର ରେ ଦଶହରା ଓ ଭସାଣିକୁ ଦୃଷ୍ଟିରେ ରଖି ମଦ କାଉଣ୍ଟର ସିଲ୍ ହେବା ପୂର୍ବରୁ କାଉଣ୍ଟରର ମ୍ୟାନେଜର  ନନା ଓରଫ ଦିଲିପ କୁମାର ଦାଶ ବିପୁଳ ପରିମାଣର ମଦ ନେଇ ବିଭିନ୍ନ ଚୋରା ସଵ୍ କାଉଣ୍ଟରରେ ଚଢା ଦାମରେ ବିକ୍ରି କରୁଥିବା ପୋଲିସ ଜାଣିବାକୁ ପାଇଥିଲା।

ଅଭିଯୁକ୍ତକୁ ଥାନାରୁ ଛାଡି଼ ଦେବାକୁଚାପ ସୃଷ୍ଟି ହୋଇଥିବାବେଳେ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ତାକୁ ଆଜି ବୁଧବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଜନଗହଳି ପୂର୍ଣ୍ଣ ନଦୀବନ୍ଧ ରାସ୍ତା ପାର୍ଶ୍ଵରେ ଉକ୍ତ ମଦ କାଉଣ୍ଟର ଖୋଲିବାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହି ଥିବାବେଳେ ମ୍ୟାନେଜରଙ୍କର ବାହାରେ ଚୋରା ମଦ କାରବାରକୁ ନେଇ ଲୋକେ ଅତିଷ୍ଠ ହୋଇପଡିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ମଦ ଦୋକାନକୁ ଏଠାରୁ ଉଠାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *