ଜଗତସିଂହପୁର,୦୫/୦୧/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜ଼ିଲ୍ଲା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ରାଜାଭିଷେକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି । ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ଙ୍କୁ ଶତାଧିକ ଭକ୍ତ ଏକ ସଂକୀର୍ତନ ଶୋଭାଯାତ୍ରା ରେ ବଡ଼ଦାଣ୍ଡରୁ ପାଛୋଟି ନେଇଥିଲେ । ଜ଼ିଲ୍ଲାପାଳ ସମସ୍ତ ଦେଵାଦେବୀ ମନ୍ଦିର ପରିକ୍ରମା କରିସାରିବା ପରେ ମନ୍ଦିର ପୁରୋହିତ ସୁରେନ୍ଦ୍ର ନାଥ ଦାଶ ଶର୍ମା ଙ୍କ ଦ୍ୱାରା ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ପୌରୋହିତ୍ୟରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ , ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ତହସିଲଦାର, ଜଗତସିଂହପୁର ଅଜୟ କୁମାର ମହାନ୍ତି,ଥାନା ଅଧିକାରୀ ଏବଂ ଅନ୍ୟାନ ଅଧିକାରୀ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିସାରିବା ପରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ଉପ ଜ଼ିଲ୍ଲାପାଳ ତଥା ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ପ୍ରଶାନ୍ତ କୁମାର ତରାଇ ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରିୟ ନାଥ ରାୟ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ଦିର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା, ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ସମିତି ସଭ୍ୟା ମୌସୁମୀ ବାରିକ, ମୁଦୁପୁର ମହିଳା ମହାସଂଘ ସଭାପତି ରିତା ଆଚାର୍ଯ୍ୟ,ସିଦ୍ଧଳ ଗ୍ରାମ୍ୟ କମିଟି ସଭାପତି ପୁର୍ଣ ଚନ୍ଦ୍ର ନାୟକ, ଶତାଧିକ ମହିଳା ସଂଗଠନ ର କର୍ମକର୍ତା ଜ଼ିଲ୍ଲାପାଳ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଠାକୁର ରାଜା ଜ଼ିଲ୍ଲାପାଳ ଙ୍କ ରାଜ ଦରବାର ଅନୁଷ୍ଠିତ ହୋଇଥିଲା ।
ଉପସ୍ଥିତ ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କ ରେ ଅଭିଯୋଗ ପତ୍ର ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ସମସ୍ତ ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲାପାଳ ତଥା ଠାକୁର ରାଜା ପ୍ରତିଶୃତି ଦେଇଥିଲେ । ଶେଷରେ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ସଦସ୍ୟ ରାମଚନ୍ଦ୍ର ଦାଶ, ଚିତ୍ତରଞ୍ଜନ ନାୟକ, ପ୍ରମୁଖ ପରିଚାଳନା କରିଥିଲେ ।
