କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ର  ସମ୍ପ୍ରସାରଣ ଟେଣ୍ଡର ବାତିଲ ନେଇ ଅସନ୍ତୋଷ

ସାଲେପୁର, ୨୯/୦୭/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ରାଜ୍ୟ ସରକାର ଙ୍କ ପକ୍ଷରୁ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ -୯ କୁ ୪ ଥାକିଆ ରାସ୍ତା ନିର୍ମାଣ ର ଟେଣ୍ଡର କୁ ସର୍ବୋଚ୍ଚ ମୁଖ୍ୟଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ବାତିଲ କରାଯାଇଥିବାରୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ବିଜୁ ଜନତା ଦଳ ର ବରିଷ୍ଠ ନେତା ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି ।

ଶ୍ରୀ ମହାନ୍ତି ଏକ ବିବୃତ୍ତି ରେ କହିଛନ୍ତି ଯେ କଟକ-ଚାନ୍ଦବାଲି ରାସ୍ତାଟି ରାଜ୍ୟ ରାଜପଥ ର ମାନ୍ୟତା ପାଇ ପୂର୍ବ ସରକାର ରେ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯାଇଥିଲା ।  ଏହି ରାଜ୍ୟ ରାଜପଥ ଟି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଜିଲ୍ଲା କୁ ପ୍ରତିଦିନ ଯାତ୍ରୀବାହି ଗାଡି, ବିଶେଷ କରି ପାରାଦ୍ୱୀପ କୁ ହଜାର ହଜାର ଟ୍ରକ, ହାଇୱା,ବଡ ମାଲଵାହୀ ଭାରି ଯାନ ଗୁଡ଼ିକ ଚଳପ୍ରଚଳ କରୁଛନ୍ତି ।  ବର୍ତ୍ତମାନ ପରିସ୍ଥିତି ରେ ଯାନବାହାନ ସଂଖ୍ୟା ବୃଦ୍ଧି ପାଇବା ସହିତ ରାସ୍ତାର ବଜାରପାର୍ଶ୍ୱ ସମେତ ଅନେକ ସ୍ଥାନରେ ଜବରଦଖଲ ରହୁଛି ।

ସେହିପରି ରାସ୍ତା ଟି ସବୁ ସମୟ ରେ ଜାମ ରହିବା ସହିତ ଓସାର କମ ହେବାରୁ ପ୍ରତି ଦିନ ଛୋଟ ବଡ ଦୁର୍ଘଟଣା ହେଉଛି ।  ସାଲେପୁର ବଜାର ସମେତ ଅନ୍ୟାନ୍ୟ ବଜାର ମାନଙ୍କରେ  ଟ୍ରାଫିକ ସମସ୍ୟା ଗୁରୁତର ରହିଛି ।

ଜଗତପୁର,ପୀରବଜାର, ପଦ୍ମପୁର, ପାଗା, ନାନ୍ଦୋଳ ଗଡା, ଶିଶିଆ, ମାଛୁଆତି, ସାଲେପୁର, କେନ୍ଦୁପାଟଣା,ନିଶ୍ଚିନ୍ତକୋଇଲି, ଶୁକରପଡା, କଟିକଟା, ପ୍ରଭୁତି ଛୋଟ ବଡ଼ ବଜାର ସ୍ଥାନ ଗୁଡିକରେ ଗହଳି ରହୁଛି ।  ଜବରଦଖଲ ଓ ଅଣ ଓସାର ରାସ୍ତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଉକ୍ତ ରାଜ୍ୟ ରାଜପଥ ର ଗୁରୁତ୍ୱ ଦୃଷ୍ଟିରୁ ଚାରି ଥାକିଆ ରାସ୍ତାରେ ପରିଣତ କରିବାକୁ ବିଭାଗୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଲା ପରେ ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଥିଲା ।  ଗତକାଲି ମୁଖ୍ୟଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଟେଣ୍ଡେର କୁ ବାତିଲ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।  ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଏହି ରାଜ୍ୟ ରାଜପଥ ର ପୁନଃ ଟେଣ୍ଡର କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *