୪ ଦୋଷୀଙ୍କୁ ୭ (ସାତ) ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ।
ଯାଜପୁର, ୧୫/୧୧/୨୦୨୫ (ଓଡ଼ିଶା ସମାଚାର)- ସବିତା ମଲ୍ଲିକଙ୍କ ଅଭିଯୋଗ ଆଧାରରେ ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ଜରି ଗ୍ରାମରେ ୨୦୧୯ ମସିହା ଅଗଷ୍ଟ ମାସ ସନ୍ଧ୍ୟା ୮.୦୦ ଘଟିକା ସମୟରେ ଜାଗାବାଡିକୁ କେନ୍ଦ୍ର କରି ତାଙ୍କ ସ୍ଵାମୀ ଲମ୍ବୋଦର ମଲ୍ଲିକଙ୍କୁ ସେହି ଗ୍ରାମର ସୁଦର୍ଶନ ମଲ୍ଲିକ, ଲମ୍ବୋଦର ମଲ୍ଲିକ, ନନ୍ଦୀ ମଲ୍ଲିକ(କବିତା) ଓ ଦାମୋଦର ମଲ୍ଲିକ ସମସ୍ତେ ମିଶି ମରଣାତ୍ମକ ଆକ୍ରମଣ କରିଥିଲେ। ଏଥିରେ ସବିତା ମଲ୍ଲିକଙ୍କ ସ୍ବାମୀ ଲମ୍ବୋଦର ମଲ୍ଲିକ(ଭିକ୍ଟିମ୍) ଙ୍କ ମୁଣ୍ଡରେ ଗୁରୁତର ଆଘାତ ହୋଇଥିଲା।
ଏହି ଘଟଣା କୁ ନେଇ ସେହିଦିନ ବିଂଝାରପୁର ଥାନାରେ ସବିତା ମଲ୍ଲିକ ଏକ ଲିଖିତ ଅଭିଯୋଗ କରିଥିଲେ। ବିଂଝାରପୁର ଥାନା ଅଧିକାରୀ ଥାନା କେସ ନମ୍ବର ୧୯୧/୨୦୧୯ ଦଫା ୩୪୧/୨୯୪/୩୨୩/୩୦୭/୫୦୬/୩୪ IPC ରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାରପତି ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟ – କମ୍ – ଆସିଷ୍ଟାଣ୍ଟ ସେସନ୍ ଜଜ୍, ଯାଜପୁର ଶ୍ରୀ ସର୍ବେଶ୍ଵର ଦାସ, ୧୧ ଜଣ ସାକ୍ଷ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ କୁ ଆଧାର କରି ଅଭିଯୁକ୍ତ ସୁଦର୍ଶନ ମଲ୍ଲିକ, ଲମ୍ବୋଦର ମଲ୍ଲିକ, ନନ୍ଦୀ ମଲ୍ଲିକ (କବିତା) ଓ ଦାମୋଦର ମଲ୍ଲିକଙ୍କୁ ଦଫା ୩୪୧/୩୪ IPC ରେ ଏକ ମାସ simple imprisonment u/s ୩୨୩/୩୪ IPC ରେ ଏକ ବର୍ଷ (ଆର.ଆଇ) rigorous imprisonment ଏଵଂ u/s – ୩୦୭ IPC ରେ ୭ ବର୍ଷ (ଆର.ଆଇ) rigorous imprisonment ଏବଂ ପ୍ରତ୍ୟେକଙ୍କୁ ୫୦୦୦ ଲେଖାଏଁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ସମସ୍ତଙ୍କୁ ଆଉ ଏକ ବର୍ଷ କାରାଦଣ୍ଡ ରାୟରେ ଉଲ୍ଲେଖ ରହିଛି। ସମସ୍ତ କାରାଦଣ୍ଡ ଏକା ସାଙ୍ଗରେ ଭୋଗିବାକୁ ପଡ଼ିବ। ଏହି ମାମଲାକୁ ଅଦାଲତରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବିରଜା ପରିଡ଼ା ପରିଚାଳନା କରୁଥିଲେ।
