କଟକ ସଦର ର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ପୋଷ୍ଟର ଚିରା ଅଭିଯୋଗ ରେ ବିଜେପି ନେତା ଗିରଫ 

କଟକ ସଦର,୦୩/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ନୂଆ ବର୍ଷ ଅଭିନନ୍ଦନ ପାଇଁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଚାରିଆଡ଼େ ପୋଷ୍ଟର ବ୍ୟାନର ଓ ହୋଡିଙ୍ଗ୍ ମରାଯାଇଛି।

ହେଲେ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସିଏମସି ଗୋପାଳପୁର ମଣ୍ଡଳର ଜନୈକ ବିଜେପି ନେତା କିର୍ତ୍ତି ରଞ୍ଜନ ପଟ୍ଟନାୟକ ବିଧାୟକ ଙ୍କ ବ୍ୟାନର ଚିରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ନେତା କିର୍ତ୍ତି ରଞ୍ଜନ ଙ୍କୁ କଟକ ସଦର ଥାନା ପୋଲିସ ଗିରଫ କରି ବ୍ୟକ୍ତିଗତ ମୁଚାଲିକା ୧୪୧ ଵିଏନଏସ ରେ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ଉକ୍ତ ଵିଷୟ ସଦର ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ହୋଇଛି।

Leave a Reply

Your email address will not be published. Required fields are marked *