ଗରଦପୁର,୦୩/୦୧/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ଗ୍ରାମ ର ବାସିନ୍ଦା ନିର୍ମଳା ମହାନ୍ତିଙ୍କର କାଲି ରାତ୍ରିରେ ପରଲୋକ ହୋଇଛି । ସେ ଜଣେ ଧର୍ମପରାୟଣ, ସ୍ନେହୀ ଓ ପରୋପକାରୀ ମହିଳା ଥିଲେ । ପୁରୀ ସ୍ଵର୍ଗଦ୍ଵାର ରେ ତାଙ୍କର ଶେଷକୃତ ସଂପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ବିଜେପି ନେତା ସନ୍ଦିପ ମହାନ୍ତି ମୁଖାଗ୍ନି ଦେଇଥିବା ସ୍ଥଳେ ସାନ ପୁଅ ଜୟଦୀପ, ଝିଅ ସସ୍ମିତା ମହାନ୍ତି ଓ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ ।
ତାଙ୍କ ସ୍ବର୍ଗତ ସ୍ୱାମୀ ବରୋଦା ପ୍ରସନ ମହାନ୍ତି ଭୁବନେଶ୍ୱର ବ୍ଲକରେ ପଂଚାୟତ ରାଜ ସବଡିଭିଜନାଲ ଅଫିସର ଥିଲେ । ତାଙ୍କ ବିୟୋଗ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବିରଞ୍ଚି ତ୍ରିପାଠୀ , ସରୋଜ କର, ସାରଦା ପ୍ରସାଦ ଶତପଥୀ ଓ ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର, ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
