ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର

ସୁନ୍ଦରଗଡ଼, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର ହୋଇଯାଇଥିବା ଜଣାଯାଇଛି। ହତ୍ୟା ମାମଲାରେ ଥିବା କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚଂପଟ ମାରିଛି।

ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲା କଏଦୀ ଅର୍ଜୁନ ମୁଣ୍ଡା । ଅପରେସନ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜେଲ କର୍ମଚାରୀଙ୍କୁ ଚକମା ଦେଇ   ଫେରାର ହୋଇଯାଇଥିଲା। ଏନେଇ ସୁନ୍ଦରଗଡ ଟାଉନ ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *