ମାମୁଁ ଘର ଗାଁର ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ କଥା ଦେଇ ଆସିଲେ ନାହିଁ ବିଧାୟକ, ଅସନ୍ତୋଷ  

କଟକ ସଦର,୦୩/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ କମରପଦା ଅର୍ଛୀଲ ଭୁଟାନ ଗାଦି ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାରମ୍ପରିକ ଚାରିଦିନିଆ ମହାପୁରୁଷ ଜଗୁ ଦାସ ଗୋସ୍ୱାମୀ ଙ୍କ ୨୬ ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହା କଟକ ସଦର ବିଧାୟକ ପ୍ରକାଶ ସେଠୀ ଙ୍କ ମାମୁଁ ଘର ଗାଁ ହୋଇଥିବା ରୁ ବିଧାୟକ ଙ୍କୁ ଏଥିରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା  । ସିଏ ଯୋଗ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ହେଲେ ସିଏ ଆସି ନଥିବା ରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ବୋଲି ବଳରାମ ସେଠୀ, ତ୍ରିନାଥ ଦାଶ,ସୂଦର୍ଶନ ସେଠୀ, ପ୍ରଫୁଲ୍ଲ ପଟ୍ଟନାୟକ, ମଙ୍ଗୁଳି ପ୍ରଧାନ , ସୁମନ୍ତ ପ୍ରଧାନ ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସେହିପରି ଅଳ୍ପ ଦିନ ତଳେ ଅର୍ଛିଲ କୋଚିଲେଇ ମନ୍ଦିର ପ୍ରତିଷ୍ଠା କୁ କଥା ଦେଇ ବିଧାୟକ ଆସିନଥିବା ରୁ ଅସନ୍ତୋଷ ଲାଗିରହିଛି। ବିଧାୟକ ଙ୍କ ଏତାଦୃଶ ମନୋଭାବ ପାଇଁ ଆଗାମୀ ଦିନରେ ତାଙ୍କୁ ଆଉ କୈ।ଣସି କାର୍ଯ୍ୟକ୍ରମ କୁ ନିମନ୍ତ୍ରଣ କରାଯିବ ନାହିଁ ବୋଲି ଗ୍ରାମବାସୀମାନଙ୍କ ପକ୍ଷରୁ ବଳରାମ ସେଠୀ କହିଛନ୍ତି।

 

Leave a Reply

Your email address will not be published. Required fields are marked *