ସ୍ଥାପତ୍ୟରେ ୫୦ ବର୍ଷ, ପଦ୍ମଶ୍ରୀ ପ୍ରଭାକର ମହାରଣାକୁ ଶିଳ୍ପୀ ସମୂହର ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୯/୦୬/୨୦୨୫(ଓଡ଼ିଶା ସମାଚାର)-ଓଡ଼ିଶାର ସ୍ଥାପତ୍ୟ ଶିଳ୍ପୀ ଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ସ୍ଥାପତ୍ୟରେ ୫୦ ବର୍ଷ ପୁରଣ ଉପଲକ୍ଷେ ଓ ନିକଟରେ ଜୀବନ ବ୍ୟାପି ସମର୍ପିତ କାର୍ଯ୍ୟ ପାଇଁ ତାଙ୍କୁ ଦିଲ୍ଲୀରେ ରାଷ୍ଟୀୟ ସମ୍ମାନ “ଦେଶ ରତ୍ନ ସମ୍ମାନ” ମିଳିଛି।

ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀମାନେ ପଦ୍ମଶ୍ରୀ ପ୍ରଭାକରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଧଉଳି ଛକ କୋଣାର୍କ କଳା ଆର୍ଟ ଗ୍ୟାଲେରୀଠାରେ ଆୟୋଜିତ ଏହି ସମାରୋହରେ ପଦ୍ମଶ୍ରୀ ପ୍ରଭାକର ମହାରଣା କହିଥିଲେ ଯେ, ଓଡ଼ିଶା ସାରା ବିଶ୍ୱର କଳା ସଂସ୍କୃତିର ପ୍ରାଣକେନ୍ଦ୍ର । ଦେଶର ଭାବାବେଗ ସହ ଏହା ଜଡ଼ିତ । ଆମ କଳା ଭାଷ୍କର୍ଯ୍ୟ ସଂସ୍କୃତିକୁ ଅଧିକ ଉତ୍କର୍ଷ କରି ଜାତୀୟ ଏକତାକୁ ସୁଦୃଡ଼ କରି ରଖିଛି । ଓଡ଼ିଶାର ପ୍ରସ୍ତରଶିଲ୍ପୀ ଅତି ନିଖୁଣ ଭାବେ ମୂତି ଓ ମନ୍ଦିରକୁ ଗଢ଼ି ଜୀବନ୍ତ ରୂପ ଦେଇଥାନ୍ତି ।

ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ଥାପତ୍ୟ ସୋମନାଥ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ୭ଜଣ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାର ଯଥା ବିଜୟ ପରିଡା, ଭ୍ରମରବର ନାୟକ, କଳ୍ପତରୁ ମହାରଣା, ପଦ୍ମନାଭ ଓଝା, ବ୍ରହ୍ମାନନ୍ଦ ମହାରଣା, ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶଲାୟର ସହ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା, କେନ୍ଦ୍ରୀୟ ବୟନ ଓ କୁଟୀର ଶିଳ୍ପ ସହ ନିର୍ଦ୍ଦେଶକ ଭୁବନ ଭାସ୍କର ଅତିଥି ଭାବେ ଯୋଗଦେଇଥିଲେ। ଶେଷରେ ଜାତୀୟ ପୁରସ୍କାର ପ୍ରାପ୍ତ କଳାମଣି ରତ୍ନାକର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *