ହାଡ଼ପଦାରେ ୪୨ତମ ନାମ ସଂଙ୍କୀର୍ତନ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ନିରାକାରପୁର, ୦୧/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ନରଣଗଡ଼ ପଂଚାୟତ ହାଡ଼ପଦା ଗ୍ରାମରେ ୩ ଦିନ ଧରି ୪୨ ତମ ନାମ ସଂଙ୍କୀର୍ତନ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟପ୍ରହର ନାମ ଯଜ୍ଞରେ ୩ ଗ୍ରାମର ୩ଟି ଦଳ ଉକ୍ତ ସମାବେଶରେ ଯୋଗଦାନ କରିଥିଲେ । ଯଥା ହାଡ଼ପଦା ମା ମଙ୍ଗଳା ସଂଙ୍କୀର୍ତନ ମଣ୍ଡଳୀ, ନୂଆହାଟ (ପୁରୀ) ସଂଙ୍କୀର୍ତନ ମଣ୍ଡଳୀ ଓ ବୀରକେଶରପୁର ସଂଙ୍କୀର୍ତନ ମଣ୍ଡଳୀ । ଉକ୍ତ ଅନୁଷ୍ଠାନର ଉତ୍ସବକୁ ସମାଜସେବୀ ଦିବାକର ଭୋଇ ସଂଯୋଜନା କରିବା ସହିତ ଗ୍ରାମର ରବୀନ୍ଦ୍ର ଭୋଇ, ସନାତନ ଭୋଇ, ସୁବାଷ ଭୋଇ, ବଳଭଦ୍ର ବେହେରା,ଯୋଗେନ୍ଦ୍ର ଭୋଇ ଏବଂ ଗୋବର୍ଦ୍ଧନ କାଣ୍ଡି ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲାରେ ପ୍ରଥମ ଦଳିତ ଗ୍ରାମ ଯେଉଁଠାରେ ନାମ ସଂଙ୍କୀର୍ତନ ନାମ ଯଜ୍ଞ ଅଷ୍ଟ ପ୍ରହର ଅନୁଷ୍ଠିତ ହୋଇଅଛି । ଯେଉଁଠାରେ ଭାଇଚାରା ଓ ଧର୍ମ କ୍ଷେତ୍ରରେ ସମାନତା ଭାବ ପ୍ରତୀୟମାନ ହୋଇଛି । ଖୋର୍ଦ୍ଧା ବ୍ଲକ ହାଡ଼ପଦା ମା ମଙ୍ଗଳା ୧୮୧୩ ମସିହାରେ ନିର୍ମାଣ କରାଯାଇ ସର୍ବ ପ୍ରାଚୀନ ଦେବୀ ହିସାବରେ ପରିଗଣିତ ହେଉଛନ୍ତି । ଉକ୍ତ ଉତ୍ସବରେ ରାଜନେତା କାଳୁ ଚରଣ ଖଣ୍ଡୟତରାୟ, ମାନସ ରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ବୈଦ୍ୟନାଥ ବରାଳ ଯୋଗଦାନ କରିଥିଲେ । ଗ୍ରାମର ଡ଼ ଆମ୍ବେଦକର ଯୁବକ ସଂଘ ର ତନ୍ମୟ, ପ୍ରଶାନ୍ତ, ସିଦ୍ଧାନ୍ତ, ଦାଶରଥି,ପପୁ, ପାଳୁଆ,ବାପିନା, ସୁକେଶ ପ୍ରମୁଖ ପରିଚାଳନା କରିିଥିଲେ ।

Leave a Reply

Your email address will not be published. Required fields are marked *