ବିଶ୍ୱ ମାନବବାଦର ଜୟଯାତ୍ରା ବଜାୟ ରହୁ

ଭୁବନେଶ୍ୱର,୧୮/୦୯/୨୦୨୬ (ଓଡ଼ିଶା ସମାଚାର)- “ତମାମ ବିଶ୍ୱର ତେଲ, ଶକ୍ତିକ୍ଷେତ୍ର, ସ୍ୱାସ୍ଥ୍ୟ ବ୍ୟବସାୟ, ଶିକ୍ଷା କ୍ଷେତ୍ର ଏବେ ଘୋର ସଙ୍କଟରେ । ବିପଦପୂର୍ଣ୍ଣ ସ୍ଥିତିରେ ଦ୍ୱିତୀୟ ବିଶ୍ୱ । ଶୋଷିତ, ଅବହେଳିତ ମଣିଷଙ୍କର ଆଦର୍ଶଗତ ଜଗତୀକରଣ ହିଁ ଏକ ନୂଆ ବିଶ୍ୱବ୍ୟବସ୍ଥା ଗଢିତୋଳିବାକୁ ଉଦ୍ଧେଶ୍ୟମୂଳକ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଆର୍ଥିକ ଭାବେ ଅବରୋଧ କରିଥିଲେ ମଧ୍ୟ ଅବଶିଷ୍ଟ ବିଶ୍ୱର ଶକ୍ତିକାମୀ ମଣିଷମାନଙ୍କ ସହାୟତାରେ ଆମେରିକା ବିରୋଧୀ ଲଢେଇରେ କୁ୍ୟବା ରହିଛି ।”
ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି, ଓଡ଼ିଶା ଶାଖା ତରଫରୁ ଆୟୋଜିତ ୮୫ତମ ବାର୍ଷିକ ସମାରୋହରେ କୁ୍ୟବାର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଜୁଅନ୍ କାର୍ଲସ୍ ମାର୍ସନ ଏଭଳି ମତପ୍ରକାଶ କରିଛନ୍ତି । ସାରା ରାଜ୍ୟରୁ ଆସିଥିବା ଶାନ୍ତି, ମୈତ୍ରୀ, ବନ୍ଧୁତ୍ୱ ସଂଗଠନ ‘ଇସ୍କଫ’ର ପ୍ରତିନିଧି ମାନଙ୍କ ଦ୍ୱାରା ଆହୂତ ଏହି ଉତ୍ସବରେ ପ୍ରଥମେ ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ବିଜୟ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହାକୁ ଉଦ୍ଘାଟନ କରିଥିଲେ ଇସ୍କଫ୍ର ସମ୍ମାନିତ ସଭାପତି ଭାନୁଦେବ ଦ । ପ୍ରତିନିଧି ସଭାରେ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିଲେ । ପରେ ଇସ୍କଫ୍ର ଜାତୀୟ ସାଧାରଣ ସମ୍ପାଦକ ବିଜୟ କୁମାର ପଢିଆରୀ ଏହାର ଲମ୍ବା ଇତିହାସ, ଓଡ଼ିଶାରେ ଶାନ୍ତି, ମୈତ୍ରୀ ଆନ୍ଦୋଳନର ପ୍ରଭାବ, ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।
ଏହି ଉପଲକ୍ଷେ ଅନୁଷ୍ଠାନର ସଭ୍ୟମାନଙ୍କ ଦ୍ୱାରା ‘ଦିମାଗୀ ନକ୍ସଲ’ ନାମକ ଏକ ନାଟକ ପରିବେଷଣ କରାଯାଇଥିଲା । ସନ୍ତୋଷ ଦାସ, ତପନ ସ୍ୱାଇଁ, କଳିଙ୍ଗ ଦାସ, ସୁଶାନ୍ତ ମହାପାତ୍ର ପ୍ରମୁଖଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ମାନସ ବେହେରାଙ୍କ ଦ୍ୱାରା ‘ବିଶ୍ୱ ଶାନ୍ତି ଏବଂ ଗଣତନ୍ତ୍ର’ ଉପରେ ଦିକ୍ଷାନ୍ତ ଭାଷଣର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିଶେଷରେ ଭୁବନେଶ୍ୱର ଇସ୍କଫର ସମ୍ପାଦକ ରାକେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *