ପାରଳାଖେମୁଣ୍ଡି,୦୨/୦୧/୨୦୨୬ (ଓଡ଼ିଶା ସମାଚାର /ତାରିଣୀ ପ୍ରସାଦ ପଣ୍ଡା ): ଗଜପତିର ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି । ଶ୍ରୀ ଅଗ୍ରୱାଲ ଏଥିପୂର୍ବରୁ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଥିଲେ । ଗଜପତି ଜିଲ୍ଲାପାଳ ମଧୁମିତା ମାତୃତ୍ବ ଛୁଟିରେ ଯିବା ପରେ ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା । ଗଜପତିର ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳଙ୍କ ଦାୟିତ୍ୱ ତୁଲାଇ ଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ଅଗ୍ରୱାଲ ତୁରନ୍ତ ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଉଥିବା ସୂଚନା ମିଳିଛି ।
ଅକ୍ଷୟ ସୁନୀଲ ଅଗ୍ରୱାଲ ଗଜପତିର ନୂତନ ଜିଲ୍ଲାପାଳ ହେଲେ
