କଟକ ସଦର,୨୨/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନୈକା ଅସହାୟା ଦିଵ୍ୟାଙ୍ଗ ମହିଳାଙ୍କୁ ଧମକ ଚମକ ଦେଇ ବାରମ୍ବାର ବଳାତ୍କାର କରିବା ଓ ପୀଡି଼ତା ୭ ମାସର ଗର୍ଭବତୀ ହେବା ପରେ ତାଙ୍କୁ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ କ୍ରମେ କଟକ କମିଶନରେଟ ମହିଳା ଥାନା ପୋଲିସ୍ କେଏମସି ର ଜନୈକ କର୍ପୋରେଟରଙ୍କ ସ୍ୱାମୀଙ୍କୁ ଗିରଫ କରିଥିବା ଚର୍ଚ୍ଚାର ବିଷୟ ହୋଇଛି।
ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୭ ନମ୍ବର ୱାର୍ଡର କର୍ପୋରେଟର ମମତା ନାୟକଙ୍କ ସ୍ୱାମୀ ତଥା ବିଡାନାସୀ ଥାନା ଦେଉଳସାହି ପୂଜା କମିଟି ସଂପାଦକ ମୁନା ଓରଫ ସଂଜିତ ନାୟକ (୫୦) ବୋଲି ଜଣାପଡିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
