ଜଗତସିଂହପୁର ୦୨/୦୧/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜାନୁୟାରୀ-୨୦୨୬ ଠାରୁ ମାର୍ଚ୍ଚ-୨୦୨୬ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ।
ଜାନୁୟାରୀ ମାସ ୫ ତାରିଖ ଦିନ ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ, ଜାନୁୟାରୀ ୧୨ ତାରିଖ ଦିନ କୁଜଙ୍ଗ ବ୍ଳକ୍ କାର୍ଯ୍ୟାଳୟ, ଜାନୁୟାରୀ ୧୯ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜାନୁୟାରୀ ୨୭ ତାରିଖ ଦିନ ବିରିଡ଼ି ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
ସେହିପରି ଫେବୃଆରୀ ମାସ ୨ ତାରିଖ ଦିନ ନାଉଗାଁ ବ୍ଲକ୍ କାର୍ଯ୍ୟାଳୟ, ଫେବୃଆରୀ ୯ ତାରିଖ ଦିନ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ, ଫେବୃଆରୀ ୧୬ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଫେବୃଆରୀ ୨୩ ତାରିଖ ଦିନ ଏରସମା ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ।
ସେହିପରି ମାର୍ଚ୍ଚ ମାସ ୨ ତାରିଖ ଦିନ ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ,ମାର୍ଚ୍ଚ ୯ ତାରିଖ ଦିନ ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ, ମାର୍ଚ୍ଚ ୧୬ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାର୍ଚ୍ଚ ୨୩ ତାରିଖ ଦିନ କୁଜଙ୍ଗ ବ୍ଳକ୍ କାର୍ଯ୍ୟାଳୟ ଓ ମାର୍ଚ୍ଚ ୩୦ ତାରିଖ ଦିନ ବିରିଡ଼ି ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହିସବୁ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ- ତଥା-ନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବେ । ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
