ଦେଓ ରଂଜନ କୁମାର ସିଂ ଉନ୍ନୟନ  କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ

ଭୁବନେଶ୍ୱର,୦୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ଦେଓ ରଂଜନ କୁମାର ସିଂ ଆଜି ରାଜ୍ୟ ଉନ୍ନୟନ  କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଆଜି ପୂର୍ବାହ୍ନ  ୧୦ ଟା ୧୫  ମି. ସମୟରେ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିତ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଁଚି ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନୂତନ ଉନ୍ନୟନ କମିଶନରଙ୍କୁ ସ୍ୱାଗତ କରିଥିଲେ । ସମସ୍ତଙ୍କ  ସହଯୋଗରେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି  ।

Leave a Reply

Your email address will not be published. Required fields are marked *