କେନ୍ଦ୍ରାପଡ଼ା,୩୧/୧୨/୨୦୨୫(ଓଡ଼ିଶା ସମାଚାର)-ବିଜୁ ଜନତାଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ଛାତ୍ର ଜନତାଦଳର ଛାମୁଆ ସଂଗଠକମାନଙ୍କୁ ନେଇ ନୂଆ ଟିମ୍ ଘୋଷଣା କରାଯଘାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଛାତ୍ର ନେତା ବିଜୟ କୁମାର ମଣ୍ଡଳ(ଜାନୁ)ଙ୍କୁ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।
ପୂର୍ବରୁ ଶ୍ରୀ ମଣ୍ଡଳ ବିଜେଡିର ଯୁବ ଓ ଛାତ୍ର ସଂଗଠନର ସ୍ୱଚାରୁରୂପେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ନିଯୁକ୍ତି ନିମନ୍ତେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ନେଇ ଶ୍ରୀ ମଣ୍ଡଳଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।
