ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

କେନ୍ଦ୍ରାପଡ଼ା,୩୧/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାମନ୍ଦିରର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରି ପିଲାମାନଙ୍କୁ ନୈତିକ ଶିକ୍ଷା, ସମାଜସଂସ୍କାର ସହିତ ଖେଳକୁଦରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ ।

ଏଥିସହିତ ପ୍ଲାଷ୍ଟିକକୁ ବର୍ଜ୍ଜନ କରିବା, ସ୍ୱଛତା ରକ୍ଷା, ବିଦ୍ୟାଳୟ ଚର୍ତୁପାଶ୍ୱର୍ ସଫାସୁତୁରା ରଖିବା, ପାଣିକୁ ନଷ୍ଟ ନକରିବା, ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଓ ଦୁଃଖିଦରିଦ୍ରଙ୍କ ସେବା କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଖେଳ ଦ୍ୱାରା ନିଜର ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିଥାଏ ବୋଲି ଶ୍ରୀମା କହିଥିଲେ । ଉପସଭାପତି ଡ. କାଳୀପ୍ରସନ୍ନ ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗୁରୁଜୀଗୁରୁମା ମାନେ ହେଉଛନ୍ତି ଏହି ଆଶ୍ରମ ସ୍କୁଲ ଭଳି ଏକ ଆଧ୍ୟାତ୍ମିକ ବିଦ୍ୟାଳୟର ଗଢି ଉଠୁଥିବା ଶିଖାର ସଙ୍ଗମସ୍ଥଳ ଭଳି । ଗୁରୁକୂଳ ବିଦ୍ୟାଳୟ ଭଳି ବିଦ୍ୟାଦାନ ଦେଉଥିବା ଏକ ଶାନ୍ତ ବାତାବରଣରେ ପିଲାମାନଙ୍କର ଶିକ୍ଷାଦାନ ଏବଂ ଖେଳକୁ ଶ୍ରୀମା ନିଜେ ନେତୃତ୍ୱ ଦେଇଛନ୍ତି ।

ପିଲାମାନେ ଦେଶ ଓ ଜାତିର ସୁନାଗରିକ ହେବା ପାଇଁ ଶ୍ରୀମାଙ୍କ ଅବଦାନ ଅତୁଳନୀୟ । ଏହି ବିଦ୍ୟାମନ୍ଦିରର ୫ଜଣ ପ୍ରାକ୍ତନ ଛାତ୍ର ଭାରତୀୟ ନୌସେନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ୟ୍ୟରତ ଥିବା ବିଦ୍ୟାଳୟ ପାଇଁ ବଡ ଗୌରବର କଥା ବୋଲି ଡ. ଶତପଥୀ କହିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଦିନରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ । ଏହି ଉତ୍ସବରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ୟ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *