ସ୍ୱାସ୍ଥ୍ୟ ବିଭାଗ ଆଇଇସି ସାମଗ୍ରୀକୁ ଉଦଘାଟନ କଲେ ଜିଲାପାଳ

କେନ୍ଦ୍ରାପଡ଼ା,୩୧/୧୨/୨୦୨୫(ଓଡ଼ିଶା ସମାଚାର)- ଜିଲାର ସ୍କୁଲ ମାନଙ୍କରେ କିଶୋର କିଶୋରୀଙ୍କ ପୁଷ୍ଟିକର ସ୍ୱାସ୍ଥ୍ୟ ସହିତ ଚକ୍ଷୁ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲାପାଳ ରଘୁରାମ ଆର. ଆୟର ଖଡିଅଙ୍ଗସ୍ଥିତ ପୁରୁଣା ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଆଇଇସି(ସୂଚନା ଶିକ୍ଷା ଯୋଗାଯୋଗ) ସମ୍ମିଳିତ ସାମଗ୍ରୀକୁ ଉଦଘାଟନ କରିଛନ୍ତି ।

ଶାରୀରିକ ଓ ମାନସିକ ଅଭିବୃଦ୍ଧି, ଭାବନାତ୍ମକ କୁଶଳତା ଓ ମାନିସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା, ପୋଷଣ ସ୍ୱାସ୍ଥ୍ୟ ଓ ପରିମଳ, ନାଗରିକତାର ମୂଲ୍ୟବୋଧ ଇତ୍ୟାଦି ଲେଖା ଥିବା ସଚେତନତା ବାର୍ତର୍ା ଦ୍ୱାରା କିଶୋର କିଶୋରୀ ନିଶ୍ଚିତ ଭାବେ ଉପକୃତ ହେବେ ବୋଲି ବୈଠକରେ ମତପୋଷଣ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମନୋରଞ୍ଜନ ରାଉତ, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅଧ୍ୟକ୍ଷ ଡା.ପ୍ରମୋଦ କୁମାର ପ୍ରହରାଜ,ଏଡିପିଏଚଓ (ପରିବାର କଲ୍ୟାଣ )ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଗୌରାଙ୍ଗ ଚରଣ ଗିରିଙ୍କ ସମେତ ଏଓ, ଏଫଓ, ଡିପିଏମ, ଡିପିଏଚସିଓ, ଏଡିଇଓ ଏବଂ ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *