ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଜିଲା କଂଗ୍ରେସର ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୮/୧୨/୨୦୨୪ (ଓଡ଼ିଶା ସମାଚାର)- ଭାରତବର୍ଷର ପୂର୍ବତନ ପ୍ରାଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନୈତିଜ୍ଞ, ସୂଚନା ଅଧିକାର ଆଇନ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଶିକ୍ଷା ଅଧିକାର ଆଇନ, ଜଳ ପରିମଳ ମିଶନ ଓ ଜନସାଧାରଣଙ୍କ ହିତରେ ଅନେକ ଆଇନ ଏବଂ ଯୋଜନା ପ୍ରଣୟନ କରି ଭାରତବର୍ଷର ଜନସାଧାରଣଙ୍କ ନିକଟତର ହୋଇଥିବା ଚିରସ୍ମରଣୀୟ ଡ. ମନମୋହନ ସିଂହଙ୍କ ପ୍ରତି କେନ୍ଦ୍ରାପଡା ଜିଲା କଂଗ୍ରେସ କମିଟି ଅଶ୍ରୁଳ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । କେନ୍ଦ୍ରାପଡା ଜିଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବର୍ତମାନର କେନ୍ଦ୍ର ସରକାର ଭାରତୀୟ ଜାତୀୟ କଂଗ୍ରେସର ଅନୁରୋଧକୁ ପ୍ରତ୍ୟାକ୍ଷାନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଡ. ସିଂହଙ୍କ ଶବସତ୍କାର ନିମିତ ଯାଗା ଯୋଗାଇ ନଦେବାରୁ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ବିଭ୍ରାଂଶୁ ଶେଖର ଲେଙ୍କା, ସଞ୍ଜୟ ରାଉତ, ପୂର୍ବତନ ପୌରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ,ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ(ସଂଖ୍ୟାଲଘୁ ବିଭାଗ) ସୟଦ ଅବଦୁଲ ସତାର, ଅନନ୍ତ ପାତ୍ର, ମଙ୍ଗୁଳି ଚରଣ ବେହେରା, ସମ୍ରାଟକେଶରୀ ଜେନା, ରମାକାନ୍ତ ଦାଶ, ବିଜୟ ପଣ୍ଡା, ସୁଖଦାନନ୍ଦ ପ୍ରଧାନ, ରବିନାରାୟଣ ବେହେରା, ସଶ୍ମିତା ପଣ୍ଡା, ସନ୍ଧ୍ୟା ରାଉତ, ଜୟଦେବ ପରିଡା, ବିଧୁଭୂଷଣ ମହାପାତ୍ର, ରାଜକିଶୋର ମିଶ୍ର, ସର୍ବେଶ୍ୱର ସେଠୀ, କ୍ଷୀରୋଦ ବେହେରା, ଶିକ୍ଷକ ନେତା ଭ୍ରମରବର ରାଉତ, ରଞ୍ଜନ ରାଉତ, ବିଭୁ ପ୍ରସାଦ ଜେନା, ତରଣୀସେନ ପରିଡା, ରାଜେଶ ଓଝା, ହିମାଂଶୁ ନନ୍ଦୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉମେଶ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *