ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ଖଣ୍ଡପଡ଼ା,୧୯/୦୫/୨୦୨୫(ଓଡ଼ିଶା ସମାଚାର)- ଖଣ୍ଡପଡ଼ା ସହରର ଜଗନ୍ନାଥ କଲ୍ୟାଣମଣ୍ଡପ ପରିସରରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ସାମ୍ବାଦିକ ସଂଘର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ କଟକ ଅର୍ବାନ ହସ୍ପିଟାଲର ସୁନାମଧନ୍ୟ ଡ଼ାକ୍ତର ଡଃ ମହମ୍ମଦଜାଭେଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

ସାମ୍ବାଦିକ ସଂଘ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଖଣ୍ଡପଡ଼ା ସହରାଂଚଳ ଓ ଆଖପାଖ ଅଂଚଳରୁ ୪୦ ବର୍ଷରୁ ଉର୍ଦ୍ଧ ୧୭୫ ଜଣଙ୍କର ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ଅନେକ ବ୍ୟକ୍ତିଙ୍କର ମଧୁମେହ ରୋଗ, ଦନ୍ତ ପରୀକ୍ଷା ଓ ବ୍ଳଡ ପ୍ରେସର ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ସେବନ ନିମନ୍ତେ ପରାମର୍ଶ ପ୍ରଦାନ କରାଯାଇଥିଲା । ୧୦ ଜଣ ମହିଳା ଓ ପୁରୁଷଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ କଟକ ଅର୍ବାନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଅର୍ବାନ ହସ୍ପିଟାଲ ପକ୍ଷରୁ ଅଭିଜ୍ଞ ଡାକ୍ତରମାନେ ଶିବିରରେ ଯୋଗଦେଇଥିଲେ ।

ସାମ୍ବାଦିକ ସଂଘ ସଭାପତି ଚିତରଞ୍ଜନ ମିଶ୍ର, ସଂପାଦକ ସରୋଜ କୁମାର ଚୌଧୁରୀ, ଜନ୍ମେଜୟ ଦଳେଇଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *