କେନ୍ଦ୍ରାପଡା, ୨୯/୧୨/୨୦୨୫(ଓଡ଼ିଶା ସମାଚାର)- କଜଳା ସ୍ଥିତ ଜିଲା କଂଗ୍ରେସ ଭବନରେ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଜିଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା କଂଗ୍ରେସ ଦଳର ପତାକା ଉତୋଳନ କରିଥିଲେ ।
ଏହାପରେ କଂଗ୍ରେସ ଦଳର ଗୌରବମୟ ଇତିହାସ, ଦେଶ ପାଇଁ ସମର୍ପିତ ଅନେକ କାର୍ଯ୍ୟାବଳୀ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭ ଭାଇ ପଟେଲ, ସୁବାଷ ଚନ୍ଦ୍ର ବୋଷ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ତ୍ୟାଗ ଓ ଦେଶ ପାଇଁ ଥିବା ଅବଦାନ ଓ ବଳିଦାନ ସଂପର୍କରେ ସମାବେଶରେ ଆଲୋଚନା କରାଯାଇଥିଲା ।
ଏହି ସଭାରେ କେନ୍ଦ୍ରାପଡା ଜିଲା ସଭାପତି ଡାକ୍ତର ଦେବାସ୍ମିତା ଶର୍ମା, ଫକିର ଚରଣ ଖଟୁଆ, ଜଗନ୍ନାଥ ସେଠୀ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ ଦାସ, ବିଭ୍ରାଂଶୁ ଲେଙ୍କା, ହରୀଶ ପଟ୍ଟନାୟକ, ସନ୍ତୋଷ ବେହେରା, ମଙ୍ଗୁଳି ଚରଣ ବେହେରା, ଜିତେନ୍ଦ୍ର ନାଥ ଜେନା, ବିଜୟ ମଲ୍ଲିକ, ସନ୍ଧ୍ୟାରାଣୀ ପ୍ରଧାନ, ତରନୁମ୍ ବେଗମ,ଉମେଶ ପାଢୀ ପ୍ରମୁଖ ବହୁ କର୍ମୀ ଓ ନେତୃତ୍ୱ ଯୋଗଦେଇ ଅଭିଭାଷଣ ରଖିଥିଲେ । କେନ୍ଦ୍ରାପଡା ଜିଲାରେ ଦଳକୁ ସଶକ୍ତ କରିବା ଓ ସଂଗଠନକୁ ଅଧିକ ସୁଦୃଢ କରିବାପାଇଁ ନେତା ଓ କର୍ମୀମାନେ ଶପଥ ଗ୍ରହଣ କରିଥିଲେ ।
