ଭୁବନ ୨୦/୦୫/୨୦୨୬ (ଓଡ଼ିଶା ସମାଚାର)-ଅନଲାଇନ ରେ ଔଷଧ ବିକ୍ରି ପ୍ରତିବାଦରେ ଉତ୍କଳ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ୍ ଆହ୍ୱାନ କ୍ରମେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଆଶ୍ଚର୍ଯ୍ୟ ଜନକ ଭାବେ ପେଥୋଲୋଜି କ୍ଲିନିକ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । କେବଳ ପ୍ରଧାନ ମନ୍ତ୍ରୀ ଜନଔଷଧ ଦୋକାନ ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ଔଷଧ ଦୋକାନରେ ତାଲା ଝୁଲୁ ଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନେ ଔଷଧ ପାଇଁ ହଇରାଣ ହରକତ ହୋଇଥିଲେ ଓ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିଥିଲେ ।
