ଡ଼ଃ. ରାମ ମନୋହର ଲୋହିଆଙ୍କ ୫୭ ତମ ପୂନ୍ୟ ତିଥି ଉପଲକ୍ଷେ  ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ୧୨/୧୦/୨୦୨୪ (ଓଡ଼ିଶା ସମାଚାର)-ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟାଳୟରେ ଡ଼ଃ. ରାମ ମନୋହର ଲୋହିଆଙ୍କ ୫୭ତମ ପୂନ୍ୟତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜବାଦୀ ପାର୍ଟି ଲୋହିଆ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ତଥା ପାର୍ଟି ମୁଖପାତ୍ର ପ୍ରଦୀପ ମିଶ୍ର ଡ଼ଃ.ଲୋହିଆଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ  ତାଙ୍କର ରାଜନୈତିକ ଜିବନି ଏବଂ ସାମାଜିକ ସଂଘର୍ଷ ଉପରେ ଆଲୋକପାତ କରିଥିଲେ lସେ କହିଥିଲେଯେ ଡ଼ଃ.ରାମ ମନୋହର ଲୋହିଆ ୨୩  ମାର୍ଚ୍ଚ ୧୯୧୦ରେ ଉତ୍ତର ପ୍ରଦେଶର ଫୈଯାବାଦ ଜିଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହିରାଲାଲ ବୃତ୍ତିରେ ଶିକ୍ଷକ ଥିଲେ ଏବଂ ହୃଦୟରେ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ। ତାଙ୍କର ତୀବ୍ର ଦେଶପ୍ରେମ ଏବଂ ଉଜ୍ଜ୍ୱଳ ସମାଜବାଦୀ ଚିନ୍ତାଧାରା ହେତୁ ରାମ ମନୋହର ଲୋହିଆ ତାଙ୍କ ସମର୍ଥକ ତଥା ପ୍ରତିପକ୍ଷଙ୍କ ମଧ୍ୟରେ ଅପାର ସମ୍ମାନ ଲାଭ କରିଥିଲେ।

ଖାଦ୍ୟ,ବସ୍ତ୍ର,ଔଷଧ ଏବଂ ଶିକ୍ଷା  ଭଳି ସମସ୍ତ ମୌଳିକ ଆବଶ୍ୟକତାକୁ ଦେଶବାସୀଙ୍କୁ ମାଗଣାରେ ଉପଲବ୍ଧ କରାଇବା ପାଇଁ ଡ଼ଃ.ଲୋହିଆ ଜୀବନବ୍ୟାପୀ  ସଂଗ୍ରାମ ଜାରି ରଖିଥିଲେ ଦେଶର ରାଜନୀତିରେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ଏବଂ ସ୍ୱାଧୀନତା ପରେ, ଅନେକ ନେତା ଥିଲେ ଯେଉଁମାନେ ନିଜେ ସରକାରଙ୍କ ଆଭିମୁଖ୍ୟ ବଦଳାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମହା ମନୀଷୀ ଥିଲେ ଡ଼ଃ ରାମ ମନୋହର ଲୋହିଆ ।୧୯୩୫ ମସିହାରେ ପଣ୍ଡିତ  କଂଗ୍ରେସର ସଭାପତି ଥିଲେ, ଲୋହିଆଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଥିଲେ। ପରେ, ଅଗଷ୍ଟ ୧୯୪୨ ରେ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନ ଡାକରା ପରେ ଡ଼ଃ ଲୋହିଆ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ଏବଂ ଭାରତଛାଡ଼ ଆନ୍ଦୋଳନର ପ୍ରମୁଖ ଭୂମିକା ତୁଲାଇଥିଲେ ।ବର୍ଣ ଗତ ଅସମନତା, ଲିଙ୍ଗଗତ ଅସମାନତା, ଜାତିଗତ ଅସମାନତା, ଅର୍ଥନୈତିକ ଅସମାନତା ଓ ଉପନିଷେଦ ବାଦ ବୁରୁଦ୍ଧରେ ଡ଼ଃ.ଲୋହିଆଙ୍କ ଆନ୍ଦୋଳନକୁ ଏ ଦେଶ ଦେଶ  ସଦା,ସର୍ବଦା ମନେରଖିବ ।

ପାର୍ଟିର ରାଜ୍ୟ ସମ୍ପାଦକ ତଥା କାର୍ଯ୍ୟାଳୟ ପ୍ରଭାରୀ ପ୍ରତାପ କିଶୋର ବାରିକ ଡ଼ଃ.ଲୋହିଆଙ୍କ ସ୍ମୃତି ଚାରଣ କରିବା ସହ ଆଜିର ଯୁବପିଢ଼ି ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇ କହିଥିଲେଯେ ସ୍ୱାଧୀନତା  ପୂର୍ବରୁ ଏବଂ ପରେ ଦେଶର  କୃଷକ, ଶ୍ରମିକ ଓ ପଛୁଆ ବର୍ଗର ଲୋକଙ୍କୁ ସାମାଜିକ ସମାନତା ଓ ଅର୍ଥନୈତିକ ସୁରକ୍ଷା ପାଇଁ ଡ଼ଃ.ଲୋହିଆଙ୍କ ବଳିଦାନ ଅତୁଳନୀୟ । ୧୯୬୩  ମସିହାରେ ଲୋହିଆ ଲୋକସଭାକୁ ନିର୍ବାଚିତ ହୋଇଥିଲେ  ଦେଶର ସାଂସଦ ଭାବରେ ଡ଼ଃ.ଲୋହିଆଙ୍କ ଅବଦାନ  ସଦା ସ୍ମରଣୀୟ ହୋଇ ରହିବ । ୧୨ଅକ୍ଟୋବର ୧୯୬୭ରେ, ଡ଼ଃ.ଲୋହିଆ ୫୭ ବର୍ଷ ବୟସରେ ମୃତ୍ୟୁ ବରଣ  କରିଥିଲେ । ଅନୁଷ୍ଠିତ ଏହି ସଭାରେ ସମାଜବାଦୀ କୃଷକ ସଭା ରାଜ୍ୟ ସଭାପତି ପ୍ରଶାନ୍ତ ପାତ୍ର , ସମ୍ପାଦକ ବରିଷ୍ଠ କୃଷକ ନେତା ବିଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ମହା ମନୀଷୀଙ୍କୁ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ  ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *