କିଶନନଗର ଥାନାରେ ତ୍ରିନାଥ ଦେବଙ୍କ ଜନ୍ମ ମହୋତ୍ସବ ପାଳିତ

କଟକ ସଦର, ୨୪/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ପାରମ୍ପରିକ ଜନ୍ମ ମହୋତ୍ସବ ପ୍ରତିକୂଳ ପାଗ ସତ୍ୱେ ଆଜି ବୁଧବାର ଦିନ ଆଧ୍ୟାତ୍ମିକ ପରିବେଶରେ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ମହିଳାମାନେ ମନ୍ଦିର ପ୍ରାଙ୍ଗଣରୁ ଶୋଭାଯାତ୍ରାରେ ଯାଇଁ ମହାନଦୀରୁ କଳସୀରେ ଜଳ‌ ଆଣି ପୂଜା ମଣ୍ଡପରେ ରଖିବା ପରେ ପୂଜା କାର୍ଯ୍ୟ ଯଥାବିଧି ସମ୍ପନ୍ନ ହୋଇଥିଲା। ପୂଜାର ପୁରୋଧା ଭାବେ ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ସସ୍ତ୍ରିକ କାର୍ଯ୍ୟ ସମାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀଙ୍କ ସମେତ ତ୍ରୈଲୋକ୍ୟନାଥ ଗୁଇଁ, କମଳାକାନ୍ତ ନାୟକ, ସତ୍ୟସିଦ୍ଧାନ୍ତ ଦାଶ,ଵୁଵୁ ମହାନ୍ତି, ତ୍ରିନାଥ ବେହେରା ପ୍ରମୁଖ ସହାୟତା କରିଥିଲେ। ସଂଧ୍ୟାରେ ସାଂସ୍କୃତିକ ଭଜନ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ଆୟୋଜନ କରାଯାଇଥିଵା ତ୍ରିନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *