ନିରାକାରପୁର, ୦୯/୦୧/୨୦୨ ୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରାଜସ୍ବ ନୀରିକ୍ଷକ କାର୍ୟ୍ୟାଳୟ ଅଧୀନସ୍ଥ ଲେଣ୍ଡୁ ପଞ୍ଚାୟତ ରେଙ୍ଗଟା ଗ୍ରାମର ଗରିବ ଗଙ୍ଗାଧର ମହାପାତ୍ରଙ୍କ ନଡ଼ା ଗଦାରେ କେହି ଦୁର୍ବୃତ ନିଆଁ ଲଗାଇ ଦେବାରୁ ପ୍ରାୟ ୩୦ ହଜାର ଟଙ୍କା ର କ୍ଷତି ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ତାଙ୍କର ଜମିରେ ଜଣେ ଛତୁ ଫାର୍ମ କୁ ନଡ଼ା ଦେବା ପାଇଁ ଗଦା ମାରି ରଖି ଥିବାବେଳେ କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଛି। ଏ ବିଷୟରେ ଶ୍ରୀ ମହାପାତ୍ର ଟାଙ୍ଗୀ ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ନିରାକାରପୁର ରାଜସ୍ବ ନୀରିକ୍ଷକ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଗଙ୍ଗାଧର ଜଣେ ଗରିବ ଶେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗଦେବାକୁ ଦାବି ହେଉଛି।
Related Posts
କଳା, ସଂସ୍କୃତି ଓ ବିଜ୍ଞାନର ଅପୂର୍ବ ସମନ୍ଵୟ: ଡ଼ଃ. ବିଭୂତି ଭୂଷଣ ଚମ୍ପତ୍ତି
ପୁରୀ ଜିଲ୍ଲା କଣାସ ମଣ୍ଡଳ ଖଣ୍ଡହତା ଗ୍ରାମପଞ୍ଚାୟତ ଅଧୀନ ତିଗିରିଆ ଗ୍ରାମରେ ଜନ୍ମିତ ଶ୍ରୀ ବିଭୂତି ଭୂଷଣ ଚମ୍ପତ୍ତି ଶୈଶବରୁ ପାରମ୍ପରିକ ଗୀତ, ନୃତ୍ୟ ଏବଂ ବାଦ୍ୟ…
ଭତ୍ତା ପାଇଁ ବ୍ୟାଙ୍କ୍ କୁ ଯାଇଁ ଯାଇଁ ବୃଦ୍ଧ ବୃଦ୍ଧା ହିନସ୍ତା,ହେଲେ କହିବେ କାହାକୁ ଶୁଣିବ କିଏ ?
କଟକ ସଦର, ୨୨/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବ ସରକାର ସମୟରେ ମାସର ଏକ ନିର୍ଦ୍ଦିଷ୍ଟ ତାରିଖ ରେ ବରିଷ୍ଠ ନାଗରୀକ, ଭିନ୍ନକ୍ଷମ ଓ ବିଧବା…
ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,୨୭/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ଅବସରରେ ଆଚାର୍ଯ୍ୟ ବିହାର ପାଣିଟାଙ୍କି, ଭୁବନେଶ୍ଵରସ୍ଥିତ ପୂଣ୍ୟ।ତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତିରେ…
