ଵଳି ବାମନ ପୀଠରେ କଟକ  ସଦର ବିଧାୟକ ପ୍ରକାଶ ସେଠୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କଟକ ସଦର,୨୧/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସ ମୈ।ଜା ଚାନ୍ଦୁଲି ଵଳୀ ବାମନ ପୀଠରେ ଆଜି ରବିବାର ଦିନ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ବିଜେପି ନେତା ହୃଷିକେଶ ଜେନା,ସାଧୁ ଚରଣ ଜେନା, ରମା ପ୍ରସାଦ ବିଶ୍ୱାଳ, ସମୀର କୁମାର ପଣ୍ଡା, ଚିତ୍ତରଞ୍ଜନ ସାହୁ, ମୀନକେତନ ମହାନ୍ତି, ରଘୁନାଥ ଚୈାଧୁରୀ, ବିଜୟ କୁମାର ରାଉତରାୟ, କ୍ଷିତେନ୍ଦ୍ର ମିତ୍ର,ଲିପୁ ମହାନ୍ତି , କଟକ ସହରାଞ୍ଚଳ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଆସନ୍ତା ଇଂରାଜୀ ନୂଆବର୍ଷ -୨୦୨୬ ସଦରଵାସୀଙ୍କ ପାଇଁ ଶୁଭଙ୍କର ହେଉ ବୋଲି ବିଧାୟକ ଇଂ ସେଠୀ କାମନା କରିଥିଲେ। ଏଥିରେ ମନୋରଞ୍ଜନ କାର୍ଯ୍ୟକ୍ରମ ନାଚ ଗୀତ ସାଙ୍ଗକୁ ଖାଦ୍ୟର ମଜ୍ଜା ନେଇଥିଲେ ଲୋକେ।

Leave a Reply

Your email address will not be published. Required fields are marked *