ଦୁର୍ନୀତି ବିରୁଦ୍ଧରେ ସମାରୋହ ହେବ  ଫେବୃଆରୀ ୨ରେ

                                                             ଏସିଆଇସିର ସର୍କିଟ୍ ହାଉସ୍ ରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୨୧/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାରେ ଦୁର୍ନିତୀ ବିରୁଦ୍ଧରେ ଆସନ୍ତା ଫେବୃଆରୀ ୨ତାରିଖରେ ଜୟଦେବ ଭବନରେ ଏକ ମହାସମାରୋହ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦୁର୍ନିତୀ ବିରୋଧି ସଂଗ୍ରାମୀ ସାମିଲ ହେବେ । ଏନେଇ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡିଶା ଶାଖା(ଏସିଆଇସି) ପକ୍ଷରୁ ସର୍କିଟ ହାଉସଠାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସମାରୋହରେ ଏସିଆଇସିର କେନ୍ଦ୍ରୀୟ ସଚିବ ଡ଼ ବିପିନ ବିହାରୀ ମିଶ୍ର ଅଧ୍ୟକ୍ଷତା କରିବେ । ଦୁର୍ନିତୀ ବିରୁଦ୍ଧରେ ଏକ ପୁସ୍ତିକା ପ୍ରକାଶ କରାଯିବା ସହ ଦୁର୍ନୀତି ନିବାରଣ ପାଇଁ ଶପଥପାଠ ଓ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ ବୋଲି ନିଷ୍ପତି ହୋଇଛି ।

ସଂସ୍ଥାର ରାଜ୍ୟ ସଭାପତି ଆଇନଜୀବୀ ଡ଼ କିଶୋର ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମ୍ପାଦକ ଇଂ ବିପିନ ବିହାରୀ ନାୟକ ଏହି ସମ୍ମିଳନୀ ସମ୍ପର୍କରେ ବିବରଣୀ ପ୍ରକାଶ କରିଥିଲେ । ଡ଼ ଅସିତ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ଅଶୋକ କୁମାର ମହାପାତ୍ର, ଭୁବନେଶ୍ୱର ଶାଖା ସଭାପତି ଦ୍ୱାରିକା ଶତପଥି, ବିଶ୍ୱଜିତ କାନୁନନଗୋ, ଶ୍ୟାମସୁନ୍ଦର ମହାନ୍ତି, ମାନସ ଦାସ ସମେତ ବିଭିନ୍ନ ରାଜ୍ୟ ପଦାଧିକାରୀ ତାଙ୍କର ସୁଚିନ୍ତିତ ମତ ରଖିଥଲେ ।

 

Leave a Reply

Your email address will not be published. Required fields are marked *