ଗଣମାଧ୍ୟମ ସର୍ବଦା ଜନଗଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ଉଚିତ୍

ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ ତରଫରୁ ଜାତୀୟ ପ୍ରେସ୍ ଦିବସ
ଭୁବନେଶ୍ୱର,୧୭/୧୧/୨୦୨୪ (ଓଡ଼ିଶା ସମାଚାର)- ସାମାଜିକ ଅନୁଷ୍ଠାନ “ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ’ ତରଫରୁ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ “ଜନଗଣଙ୍କ ସ୍ୱାର୍ଥରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଶୋଇ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ, ବିଶିଷ୍ଟ ଟେଲିଭିଜନ ଉପସ୍ଥାପିକା ସୁପି୍ରୟା ଦାଶ, ଜଣାଶୁଣା ହାସ୍ୟ ଅଭିନେତା ଜୀବନ ପଣ୍ଡା ଯୋଗଦେଇଥିଲେ । ଗଣତନ୍ତ୍ରକୁ ସୁସ୍ଥ ଭାବରେ ବଜାୟ ରଖିବା ପାଇଁ ଗଣମାଧ୍ୟମକୁ ମୁକ୍ତ ଓ ଅବାଧ ଭାବେ କାର୍ଯ୍ୟ କରିବାର ସ୍ୱାଧୀନତା ଦେବା ଦରକାର, ନହେଲେ ଗଣତନ୍ତ୍ରର ମୂଳଦୁଆ ଦୋହଲିଯିବ । ଗଣତନ୍ତ୍ରର ପ୍ରମୁଖ ସ୍ତମ୍ଭ ଭାବେ ଗଣମାଧ୍ୟମକୁ ବିବେଚନା କରାଯାଏ । ଗଣମାଧ୍ୟମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସାମ୍ନାକୁ ଆଣିବା ଉଚିତ୍ । ଭାରତ ଏହାର ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ଲୋକଙ୍କୁ ଅବଗତ କରାଇବା ଯଥା- ଶିକ୍ଷା, ଭିତିଭୂମି, ସ୍ୱାସ୍ଥ୍ୟ, କୃଷି, ରୋଜଗାର ଏବଂ ଆହୁରି ଅନେକ । ଗଣମାଧ୍ୟମ କେବଳ ସୂଚନା ନୁହେଁ ବରଂ ସମସ୍ୟାର ସମାଧାନ ପାଇଁ ଆଲୋକ ମଧ୍ୟ ଦେଇପାରେ ବୋଲି ୟୁଥ୍ ଫର ଭଲୁ୍ୟନ୍ଟାରୀ ୱାର୍କ ପକ୍ଷରୁ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ବ୍ୟକ୍ତିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ସାମ୍ବାଦିକ ଓ ସାମ୍ବାଦିକା ଯଥା- ପ୍ରମୋଦ ସାମନ୍ତରାୟ, ଲକ୍ଷ୍ମୀକାନ୍ତ କାନୁନଗୋ, ସୁମନ ସୁନ୍ଦର ରାୟ, ଅନୁଜ କୁମାର ଦାସ, ମନ୍ଦାକିନୀ ମିଶ୍ର, ଅଶୋକ କୁମାର ମିଶ୍ର, ସୋମଦତା ମିଶ୍ର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ପିଆଲି ପି୍ରୟଦର୍ଶିନୀ, ସରୋଜ ପ୍ରଧାନ, ମନୋଜ ସାହୁ, ସୁଶାନ୍ତ ମଲ୍ଲିକ, ତାପସ ଦେ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *