ବାହାରଣାରେ ସମବାୟ ସମିତିଗୃହ ଉଦଘାଟିତ

ନିଆଳୀ ୨୪/୦୧/୨୦୨୪ (ଓଡ଼ିଶା ସମାଚାର)- ନିଆଳୀ ବ୍ଲକ ଅନ୍ତର୍ଗତ ବାହାରଣାରେ ପ୍ରାଥମିକ ସେବା ସମବାୟ ସମିତି ଲିଃ ର ନୂତନ ଗୃହ ନିଆଳି ବିଧାୟକ ଡ ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ନୂତନ ଗୃହରେ ଚାଷୀମାନଙ୍କର ଉନ୍ନତି କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଚାଷୀ ଭାଇ, ଭଉଣୀ ମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆତ୍ମାର ଅଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ,ସମିତି ସଭ୍ୟ ଅବିନାଶ ପ୍ରଧାନ,ଅଜୟ ସ୍ୱାଇଁ ଙ୍କ ସମେତ ବହୁମାନ୍ୟଗଣ୍ୟ ଅତିଥି ତଥା ବିଭାଗୀୟ ଅଧିକାରୀ,ପ୍ରଶାସନ କର୍ତ୍ତୃପକ୍ଷ,କୃଷକ,କର୍ମକର୍ତ୍ତା ତଥା ନେତୃବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *