ଵେଣ୍ଟକାର ଠାରେ ରକ୍ତଦାନ ଶିଵିର,୮୩ ୟୁନିଟ୍ ରକ୍ତ ସଂଗ୍ରହ 

କଟକ ସଦର,୨୧/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ପୃଷ୍ଠପୋଷକତାରେ ଜୟଶ୍ରୀ ମହାକାଳ ଫାଉଣ୍ଡେସନ ପକ୍ଷରୁ ଆଜି ରବିବାର ଦିନ  ଵୈୟାଳିସ ମୈ।ଜା ଵେଣ୍ଟକାର ଭଜଗୋଵିନ୍ଦ କ୍ଲବ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ୟୁନିୟନର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ,ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ ଓ ପ୍ରକାଶ ମାଝି ଙ୍କ ଉପସ୍ଥିତିରେ ଉଦଘାଟନ କରିଥିବା ବେଳେ ପରିଚାଳନାରେ ଫାଉଣ୍ଡେସନ ର ସଦସ୍ୟ ମାନେ ସହାୟତା କରିଥିଲେ। ଶିଵିରରୁ ୮୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି।

କମ୍ବଳ ବଣ୍ଟନ

ଶିତୁଆ ସକାଳେ କମ୍ବଳ ବଣ୍ଟନ- ସେହିପରି ଆଜି ରବିବାର ଶିତୁଆ ସକାଳରେ ‘ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ‘ ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ କିଶନନଗର ପଞ୍ଚାୟତ ହୁଲିପୁର ଦଣ୍ଡା ଛକ ଠାରେ ୮୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରିଥିବା ଜଣାପଡିଛି। ଏଥିରେ ୟୁନିୟନର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ଆଶିଷ ମହାନ୍ତି, ପ୍ରକାଶ ମାଝି,ସରୋଜ ସାସମଲ, ସୁମନ ଜେନା ପ୍ରମୁଖ ସାମିଲ ଥିବା ବେଳେ ପରିଚାଳନାରେ କୃପାସିନ୍ଧୁ ସେଠୀ,ନରେଶ ମଲ୍ଲିକ, ସୁମନ ଭୋଇ,ସୈ।ମ୍ୟ ରଞ୍ଜନ ଭୋଇ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *