ସ୍ବର୍ଗତ ଅଧିକାରୀ ସାମଲଙ୍କ ସ୍ମୃତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ

ଢେଙ୍କାନାଳ,୦୬/୦୭/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ରେ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସ୍ଥାନୀୟ ଆନନ୍ଦ ବଜାର ଠାରେ ସ୍ବର୍ଗତ ଅଧିକାରୀ ସାମଲଙ୍କ ସ୍ମୃତି ରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ମାନଙ୍କୁ ପ୍ରସାଦ ରେ ଦହି ସରବତ ଖେଚୁଡ଼ି ଓ ଡାଲମା ବଣ୍ଟନ କରାଯାଇଥିଲା । ସ୍ବର୍ଗତ ସାମଲ ଙ୍କ ସୁପୁତ୍ର ବିଶିଷ୍ଟ ସମାଜ ସେବୀ ଗଙ୍ଗାଧର ସାମଲ, ପୂର୍ବତନ ବିଧାୟକ ସୁଧିର କୁମାର ସାମଲ ଉପସ୍ଥିତ ରହି ଫିତା କାଟି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନ। କରି ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କାର୍ୟ୍ୟ ଆରମ୍ଭ କରିଥିଲେ ।

ପ୍ରସାଦ ବଣ୍ଟନ କାର୍ୟ୍ୟକ୍ରମ ରେ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଅର୍ଚ୍ଚନା ପୁହାଣ ମ୍ୟୁନିସିପାଲିଟି ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଁଅର ,ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ପାତ୍ର, ପ୍ରାକ୍ତନ ସଭାପତି ଶିବସାଇ ମହାପାତ୍ର ,ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାଗରିକା ମିଶ୍ର ଉପସ୍ଥିତ ରହି ଏପରି ମହତ କାର୍ୟ୍ୟ କୁ ପ୍ରଶଂସା କରିଥିଲେ । ତିନି ହଜାର ରୁ ଉର୍ଦ୍ଧ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଯୁବନେତା ଶ୍ରୀକାନ୍ତ ଧଳ ,ଟାଉନ ସଭାପତି ବିନୋଦ ମହାନ୍ତି ,ଅଜୟ ଭଞ୍ଜ ଯୁବ ନେତା ବ୍ରହ୍ମାନନ୍ଦ ସାହୁ ରଞ୍ଜନ ନାୟକ, ରାଜୁ ପାଣ୍ଡେ ଆନନ୍ଦ କର ,କାଉନସିଲର ମହମ୍ମଦ ସାଗିରି ,ବିମଳ ନାୟକ.ମାନସ ସାହୁ ,ନାରୀ ନେତ୍ରୀ ଟିନା ମହାପାତ୍ର ,ଶ୍ରଦ୍ଧାଅଞ୍ଜଳି ସାହୁ ଜ୍ୟୋସ୍ନା ମଣ୍ଡଳ ଛାତ୍ର ନେତା ସୋନୁରାମ ସିଂ, ଓଁ ପ୍ରକାଶ ନାୟକ, ବୁଲୁ ବୁଲୁ ଓଁମଙ୍କାର ପାଣ୍ଡେ, ସର୍ବେଶ୍ଵର ବ୍ରହ୍ମ ,ଅଭିଜିତ ମିଶ୍ର.ଦେବକନ୍ତ ମିଶ୍ର ପ୍ରମୁଖସହିଯୋଗ କରିଥିଲେ ।

ଆଡଭୋକଟେ ଦେବାଶିଷ ମିଶ୍ର ସମସ୍ତ କାର୍ୟ୍ୟ ପରିଚାଳନା କରିଥିଲେ । ସାମଲ ପରିବାର ସହଯୋଗ ରେ ପ୍ରସାଦ ବଣ୍ଟନ କାର୍ୟ୍ୟକ୍ରମ ରେ ସମସ୍ତେ ଉପସ୍ଥିତ ରହି ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ ରେ ସାହାଯ୍ୟ କରିଥିବାରୁ ସ୍ବର୍ଗତ ଅଧିକାରୀ ସାମଲଙ୍କ ବଡ଼ପୁଅ ରମେଶ ଚନ୍ଦ୍ର ସାମଲ କୃତଜ୍ଞତା ଜଣାଇଛନ୍ତି । ଓ ଆଗାମୀ ଦିନରେ ଏ କାର୍ୟ୍ୟ ଆହୁରି ବ୍ୟାପକ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *