ଭୁବନ, ୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରlଶ୍ରମ” ତରଫରୁ ଗରିବ, ଅସହାୟ,ନିସହାୟ,ଭିନ୍ନକ୍ଷମ , ବୃଦ୍ଧ,ବୃଦ୍ଧା,ଭିକ୍ଷୁକ ଓ ଅନାଥ ଶିଶୁ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଆଶୁତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇ ବିନା କୌଣସି ସରକାରୀ, ବେସରକାରୀ ସହାୟତାରେ ଦୀର୍ଘ ୧୭ ବର୍ଷ ହେଲା ଅବହେଳିତ ,ନିଷ୍ପେସିତ,ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଜଗବନ୍ଧୁ ଜରାଶ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ।
ମୁଖ୍ୟବକ୍ତା ଭାବେ ଅର୍ଯ୍ୟକାବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଯୋଗଦେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜଗବନ୍ଧୁ ଜରାଶ୍ରମ” ମାନବ ସେବା ହିଁ ମାଧବ ସେବା କୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଯେଉଁଭଳି ଅସହାୟ, ନିସହାୟ ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି ସେଥିପାଇଁ “ଜରାଶ୍ରମ”କୁ ଉଚ୍ଚ ପ୍ରଶଂସା କରିଥିଲେ ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା,ସାହିତ୍ୟିକ ସୁରେନ୍ଦ୍ର କୁମାର ପୃଷ୍ଟି , କାଳୀ ବଜାର ବଣିକ ସଂଘ ସଭାପତି, ଜଗବନ୍ଧୁ ବିହାରୀ, ସମାଜସେବୀ ସୁବ୍ରତ କୁମାର ସାହୁ ଅଂଶ ଗ୍ରହଣ କରି ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ” ଜଗବନ୍ଧୁ ଜରଶ୍ରମ ” ର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ଜରାଶ୍ରମ ତରଫରୁ ଗତ ନଭେମ୍ବର ମାସ ୧ ତାରିଖ ଠାରୁ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଛି ।
