କଟକ ସଦର,୧୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ବିହାରର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଜଷ୍ଟିସ ସାହୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥଗ୍ରହଣ କରିବେ।
ଜଷ୍ଟିସ ସାହୁ କଟକ ଚାଉଳିଆଗଞ୍ଜ ନିବାସୀ ସ୍ଵର୍ଗତ ଶରତ କୁମାର ଙ୍କ ପୁତ୍ର । ୧୯୮୯ ରେ ଓଡ଼ିଶା ଆଇନଜୀବୀ ପରିଷଦରେ ନାମ ପଞ୍ଜିକରଣ କରି ଓକିଲାତି ଆରମ୍ଭ କରିଥିଲେ।୨୦୧୪ ଜୁଲାଇ ୨ ତାରିଖରେ ଜଷ୍ଟିସ ସାହୁ ଓଡିଶା ହାଇକୋର୍ଟ ରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
