ବିବାହ ପାଇଁ ପ୍ରେମିକ ମନା କରି ଜେଲରେ: ହତାଶ ପ୍ରେମିକା କଲା ଆତ୍ମହତ୍ୟା

ନିରାକାରପୁର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)- ପ୍ରେମରେ ଧୋକା ଦେଇ ପ୍ରେମିକ ଜେଲରେ ଥିବାବେଳେ ପ୍ରେମରେ ବିଫଳ ପ୍ରେମିକା ହତାଶ ହୋଇ ଶେଷରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନରଣଗଡ ଗ୍ରାମର ଜଣେ ଝିଅକୁ ଉକ୍ତ ପଞ୍ଚାୟତର ହାଡପଦା ଗ୍ରାମର ଜଣେ ଯୁବକ ପ୍ରେମ କରିଥିବାବେଳେ ୨୯ ତାରିଖରେ ସେ ଉକ୍ତ ପ୍ରେମିକା ପାଖକୁ ବିଳମ୍ବିତ ରାତିରେ ସାକ୍ଷାତ କରିବାକୁ ଆସିଥିଲ। ଏହି ଖବର ପାଇ ଯୁବତୀର ମାଆ ଓ ଭାଉଜ ଘର ଦୁଆର ଆଗ ପଟୁ ଚାବି ପକାଇ ଜଂକିଆ ଥାନା ପୋଲିସକୁ ଜଣାଇଥିଲେ। ପରେ ଖବର ପାଇ ଜଂକିଆ ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ପ୍ରେମିକ କୁ ଗିରଫ କରି ଥାନାକୁ ଆଣିଥିଲେ। କିନ୍ତୁ ଯୁବକ ଜଣକ ଉକ୍ତ ଯୁବତୀ୍କୁ ବିବାହ କରିବାକୁ ମନା କରିବା ପରେ ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ତାକୁ ୩୧ ତାରିଖରେ କୋର୍ଟ ଚାଲାଣ କରିଛି ବୋଲି ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଙ୍କ ଠାରୁ ଜଣାପଡିଛି। ଏଣେ ଏହି ଘଟଣାରେ ମର୍ମାହତ ପ୍ରେମରେ ବିଫଳ ଯୁବତୀ ଜଣକ ଆଜି ସକାଳୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଗୁରୁତର ହୋଇ ପଡିଥିବାବେଳେ ତାକୁ ଭୁବନେଶ୍ୱର ନିଆଯାଇଥିଲା। କିନ୍ତୁ ସେଠାରେ ଯୁବତୀ ଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛଦ କରାଯାଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏ ନେଇ ଏ ପର୍ୟ୍ୟନ୍ତ ଜଂକିଆ ଥାନା ରେ କୌଣସି ଅଭିଯୋଗ ହୋଇ ନାହିଁ । ଅଭିଯୋଗ ହେଲେ ମାମଲା ରୁଜୁ କରାଯିବ ବୋଲି ଆଇଆଇସି ଶ୍ରୀମତୀ କରଙ୍କ ଠାରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *