କଟକ ସଦର ,୧୯/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୂଳ ଲକ୍ଷ ତଥା ମୂଳ ପ୍ରତିଶ୍ରୁତି ଠାରୁ ଦୂରେଇ ଯାଇଁ ଟାଟା କମ୍ପାନୀ ଏବେ ବିଦ୍ୟୁତ ଗ୍ରାହକଙ୍କ ଉପରେ ଜିଜିଆ କର ଲଗାଇ ଥିବାରୁ ରାଜ୍ୟସାରା ପ୍ରତିବାଦ ର ସ୍ୱର ଶାଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଅପରାହ୍ନରେ ଓଡ଼ିଶା ରାଷ୍ଟ୍ରଵାଦୀ ସଂଘ (ଓଆରଏସ) ପକ୍ଷରୁ କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଅତିରିକ୍ତ ସୁରକ୍ଷା ଜମା ପ୍ରତ୍ୟାହାର ଦାବି କରାଯିବା ସହିତ ସ୍ମାର୍ଟ ମିଟର ପ୍ରତ୍ୟାହାର ଓ ଅଘୋଷିତ /ଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ କରିବାକୁ ଦାବି କରାଯାଇଛି।
ଏଥିସହିତ ରାଜ୍ୟ ସରକାର ଲୋକମାନଙ୍କ ସ୍ୱ।ର୍ଥ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଥିରୁ ଟାଟା କମ୍ପାନୀ ନିବୃତ୍ତ ନ ରହିଲେ ଆନ୍ଦୋଳନ କୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସଂଘର ପ୍ରତିଷ୍ଠାତା ସମ୍ପାଦକ ଦେବିପ୍ରସାଦ ପତିଙ୍କ ସମେତ ଉପଦେଷ୍ଟା ପ୍ରଦୀପ୍ତ ମହାପାତ୍ର, ଉପସଭାପତି ସଂଜୟ କୁମାର ସାହୁ, ରାଜ୍ୟ ସଂପାଦକ ପିୟୁସ ରଞ୍ଜନ ପରିଡ଼ା, ଉପସଭାପତି ସତ୍ୟନାରାୟଣ ମହାନ୍ତି, ଅନିରୁଦ୍ଧ ରାଉଳ,କୃଷ୍ଣ ଚନ୍ଦ୍ର ବେହେରା,ଯୁବ ସଂଯୋଜକ ସୁବାଷ କୁମାର ପଣ୍ଡା, ଯୁବରାଜ ପଣ୍ଡା,ସରୋଜ ଜେନା ପ୍ରମୁଖ ବହୁ ବିଦ୍ୟୁତ ଗ୍ରାହକ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
