କଟକ ସଦର ,୧୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ ଗ୍ରାମର ପ୍ରଥମ ଗ୍ରାଜୁଏଟ ତଥା ସେଲ୍ ଟ୍ୟାକ୍ସ ବିଭାଗର ଅବସରପ୍ରାପ୍ତ ଅଧିକାରୀ ନୃସିଂହ ଚରଣ ଶତପଥୀ ଙ୍କର ଆଜି ଗୁରୁବାର ଦିନ କଟକ ର ଏକ ଘରୋଇ ହସ୍ପିଟାଲରେ ୮୨ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି।
ସିଏ ଜଣେ ସରଳ, ମିଷ୍ଟଭାଷୀ, ଧର୍ମପ୍ରାଣ ଵ୍ୟକ୍ତି ହୋଇଥିବା ରୁ ତାଙ୍କ ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମରଶରୀରକୁ ଗ୍ରାମକୁ ଅଣାଯିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି। ତିନିପୁଅ ପ୍ରଦୀପ୍ତ, ଦିଲ୍ଲିପ ଓ ପ୍ରଦ୍ୟୁମ୍ନ ଙ୍କ ମଧ୍ୟରୁ ବଡ଼ ପୁଅ ପ୍ରଦୀପ୍ତ ମୁଖାଗ୍ନୀ ଦେଇଥିଲେ।
