କଟକ ସଦର ,୧୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜର ଦୁଇଦିନିଆ ୩୩ ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।
ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଫେସର ସଂଜିବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ପାଠ ସହିତ କ୍ରୀଡା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।
ଏଥିରେ ପ୍ରଶାସନିକ ମୁଖ୍ୟ ଡଃ ଅନାଦି ଚରଣ ବରାଳ, ବରିଷ୍ଠ ହିସାବ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି,ଆଥେଲେଟିକ୍ କ୍ଲବ ଉପସଭାପତି ଅଧ୍ୟାପକ ହରିଶଙ୍କର ବେହେରାଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହାୟତା କରିଥିଲେ। କ୍ରୀଡା ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ ଖେଳ ପରିଚାଳନା କରିଥିଲେ।
